ବେଗୁନିଆପଡା ବ୍ଲକରେ କାଳବୈଶାଖୀ ତାଣ୍ଡବ ; ଘଡଘଡି ସହ କୁଆ ପଥର ବର୍ଷା ଓ  ପବନ

0
514

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଶୁକ୍ରବାର  ରାତ୍ର 9.30 ସମୟରୁ ହଠାତ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା l ହଠାତ କିଛି ବୁଝିବା ପୂର୍ବରୁ ପ୍ରବଳ ବେଗରେ ପବନ ବହିବା ସହ ବାରମ୍ବାର ଘଡଘଡିର ପ୍ରକୋପରେ ଲୋକ ଭୟଭୀତ ହୋଇପଡିଥିଲେ l ଏହାସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି l ଖବର ଲେଖା ହେଲାଯାଏଁ କାଳବୈଶାଖୀ ଜାରି ରହିଥିଲା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଛି ଏବଂ କୌଣସି କ୍ଷୟକ୍ଷତି ସୂଚନା ହସ୍ତଗତ ହୋଇନାହିଁ l 

LEAVE A REPLY

Please enter your comment!
Please enter your name here