କୋଦଳାରେ ଡେଙ୍ଗୁ ସଚେତନତା ଓ ଚାରା ରୋପଣ କାର୍ଯକ୍ରମ ଅନୁଷ୍ଠିତ।

0
582

ବେଗୁନିଆପଡ଼ା:-୨୩/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)-ବୁଧବାର ଅପରାହ୍ନରେ କୋଦଳା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର କରଙ୍କ ତତ୍ଵାବଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗୁଣି ସେଠୀଙ୍କ ସଭାପତିତ୍ଵରେ ଡେଙ୍ଗୁ ସଚେତନତା ଓ “ପିଲାଟିଏ ଗଛଟିଏ ” କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ୲ ଏହି କାର୍ଯକ୍ରମରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ରୋଗର ପ୍ରତିରୋଧ କରିବା ନିମିତ୍ତ ବହୁ ଗୁରୁତ୍ଵ ପୂର୍ଣ ଉପଦେଶ ଦେଇଥିଲେ ୲ ଏହାକୁ ନେଇ ବିଦ୍ୟାଳୟର ଛାତ୍ରୀ ପ୍ରିୟଦର୍ଶିନୀ ଗନ୍ତାୟତ, ଛାତ୍ର ସ୍ଵସ୍ତୀକ ମିଶ୍ର ସଙ୍ଗୀତ ମାଧ୍ୟମରେ ସଚେତନତା କରାଇଥିଲେ ୲ ଯାହାକୁ ଛାତ୍ରଛାତ୍ରୀ ମନୋଭରି ଉପଭୋଗ କରିଥିଲେ l ସି ଆର ସି ଅଶ୍ଵିନୀ କୁମାର ପ୍ରହାରlଜ ଯୋଗଦେଇ ଡେଙ୍ଗୁ ସଚେତନାର ବାର୍ତା ଦେବା ସହ “ପିଲାଟିଏ ଗଛଟିଏ” ବିଷୟରେ ଛାତ୍ରଛାତ୍ରୀଙ୍କୁ କହିବା ସହିତ ଗଛର ଉପକାରିତା ବିଷୟରେ କହିଥିଲେ ୲ ପ୍ରତ୍ୟକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତାର ରକ୍ଷଣାବେକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ ୲ ଏହି କାର୍ଯକ୍ରମରେ ଶିକ୍ଷକ ଶରତ ଚନ୍ଦ୍ର ଜାଲି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଓ ଅଭିଭାବକମାନେ ଉପସ୍ଥିତ ଥିଲେ ୲

LEAVE A REPLY

Please enter your comment!
Please enter your name here