ରେଳ ବାଇ ବୋର୍ଡ ଯାତାୟାତ ସଦସ୍ୟ ଭାବେ ପୁର୍ନେନ୍ଦୁ ମିଶ୍ରଙ୍କ ଯୋଗଦାନ I

0
761

ନୂଆଦିଲ୍ଲୀ,(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ରେଳ ବାଇ ବୋର୍ଡ ଯାତାୟାତ ସଦସ୍ୟ (ମେମ୍ବର ଟ୍ରାଫିକ) ଭାବେ ପୁର୍ନେନ୍ଦୁ ମିଶ୍ର ଯୋଗଦାନ କରିଛନ୍ତି I ଏହା ପୂର୍ବରୁ ସେ କଲିକତା ଠାରେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ I ସେ ସ୍ୱଳ୍ପ ସମୟ ପାଇଁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାଇତ୍ୱ ମଧ୍ୟ ତୁଲାଉଥିଲେ I ଶ୍ରୀ ମିଶ୍ର ଭୁବନେଶ୍ୱର ବାସିନ୍ଦା ଅଟନ୍ତି I

ଶ୍ରୀ ମିଶ୍ର ୧୯୮୨ ମସିହାରେ ଭାରତୀୟ ରେଳବାଇ ଟ୍ରାଫିକ ସେବାରେ ଯୋଗଦେଇଥିଲେ I ଭାରତୀୟ ରେଳବାଇରେ ଯୋଗଦେବା ପରେ ତାଙ୍କର ଯାତାୟାତ ପରିଚାଳନାରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ରହିଛି I

ଶ୍ରୀ ମିଶ୍ର ରେଳବାଇ ବୋର୍ଡ ଉପଦେଷ୍ଟା (ନିରାପତ୍ତା) ଏବଂ କାର୍ଯ୍ୟନିର୍ବାହୀ ନିର୍ଦେଶକ (କର୍ପୋରେଟ କମ୍ୟୁନିକେଶନ), ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ରାୟପୁର ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ମୁମ୍ବାଇ ସ୍ଥିତ ପଶ୍ଚିମ ରେଳପଥ ର ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର୍ଯ୍ୟ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି I ସେ ମଧ୍ୟ ପୂର୍ବତଟ ରେଳପଥ ରେ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି I

ଶ୍ରୀ ମିଶ୍ର ଏକ ସଂକଟମୟ ପରିସ୍ଥିତିରେ ରେଳବାଇ ବୋର୍ଡ ରେ ନିର୍ଣ୍ଣାୟକ ପଦବୀରେ ଯୋଗଦାନ କରିଛନ୍ତି ଯେତେବେଳେ ବହୁ ଗୁରୁତ୍ୱ ବହନ କରୁଥିବା ପ୍ରକଳ୍ପ ଗୁଡିକର ନିର୍ମାଣ ଓ ସମାପ୍ତ ଅଥବା କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି I ରେଳପଥରେ ଭିତ୍ତିଭୂମିର ବିକାଶ କୁ ତ୍ୱରାନ୍ୱିତ କରିବା ନିମନ୍ତେ ପୂର୍ବତଟ ରେଳପଥ ସହିତ ଏହି ଅଂଚଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ଷ୍ଟେକ ହୋଲଡ଼ର ବା ସହଭାଗୀ ଉପଭୋକ୍ତା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ପ୍ରକଳ୍ପ ଗୁଡିକୁ ଆଗେଇ ନେବେ ବୋଲି ଆଶା କରାଯାଉଅଛି

LEAVE A REPLY

Please enter your comment!
Please enter your name here