କଂଗ୍ରେସ ଦଳର ୬ ଘଣ୍ଟିଆ ବନ୍ଦ ପାଳନ

0
327

ଆସିକା(ଜଗନ୍ନାଥ ସାହୁ) ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାକୁ ନେଇ ଆସିକାରେ କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ମଧ୍ୟ ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କଂଗ୍ରେସର ଏହି ବନ୍ଦ ପ୍ରଭାବ ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ସ୍କୁଲ୍‌, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଛି l ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଥିବା ବେଳେ ଆସିକା କଂଗ୍ରେସ ନଗର ସଭାପତି ସରୋଜ ସାହୁ ,କେ ତେଜଶ୍ବର ପାତ୍ର,ବିପ୍ର ପ୍ରଧାନ, ଟୁକୁନା ମହାରଣା,କାର୍ତ୍ତିକ ପାଢ଼ୀ ,ଛୋଟୁ ନାୟକ ଭଳି କଂଗ୍ରେସ ପ୍ରମୁଖ ନେତା ଯୋଗ ଦେଇ ବନ୍ଦ ଡାକରା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here