ଅତିରିକ୍ତ ତହସିଲଦାର ଏବଂ ଓକିଲ ମଧ୍ୟରେ ବିବାଦ ତେଜିଲା

0
694

ବ୍ରହ୍ମପୁର:୨୪/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ):ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ କକ୍ଷରେ ଓକିଲ ପ୍ରଫୁଲ୍ଲ ଗୌଡ଼ ଓ ଚିକିଟି ତହସିଲଦାରଙ୍କ ମଧ୍ୟରେ ଯୁକ୍ତି କଟାକଟି ହୋଇଥିଲା | ଓକିଲ ତାଙ୍କ ମହକିଲଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଯିବା ସମୟରେ,ଅତିରିକ୍ତ ତହସିଲଦାର ତାଙ୍କୁ ଓ ଅନ୍ୟ ମହକିଲଙ୍କୁ ସମାନ ବ୍ୟବହାର ଦେଖାଇଥିଲେ,ଯାହାକୁ ଭିତିକରି ଏହି ବିବାଦ ସୃଷ୍ଟି ହୋଇଥିଲା | ଚିକିଟି ଅଂଚଳର ଏକ ପାଣି ପାଉଚ କାରଖାନାକୁ ସିଲ କରିବାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଯୁକ୍ତି ହୋଇଥିଲା ଓ ଉଭୟ ଉଭୟଙ୍କୁ ଧମକ ଦେଇଥିଲେ |ଏ ନେଇ ଅତିରିକ୍ତ ତହସିଲଦାର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ | ଏହି ଘଟଣା ଜାଣିବା ପରେ ଗଂଜାମ ଓକିଲ ସଂଘର କିଛି ସଦସ୍ୟ ପ୍ରତିବାଦ କରି ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ |

LEAVE A REPLY

Please enter your comment!
Please enter your name here