କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ସରପଞ୍ଚ ଙ୍କ ମଧ୍ୟରେ ଭିଡ଼ିଓ କନଫରେନସ

0
349

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):
କରୋନା ମୁକାବିଲା ପାଇଁ ଓଡ଼ିଶାର ଜନସାଧାରଣ ଓ ଲୋକ ପ୍ରତିନିଧି ମାନଙ୍କ ସହଯୋଗ ଏବଂ ପ୍ରଶାସକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ,ଓ ଅନ୍ୟନ ବିଭାଗ କର୍ମଚାରୀ ବୃନ୍ଦଙ୍କ ଆନ୍ତରିକ ଉଦ୍ୟମରେ ସାରା ଓଡ଼ିଶା ଲଢ଼ୁଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ଥିବା ୬ ହଜାର ୭ ଶହ ୯୮ ଜଣ ସରପଞ୍ଚ ମାନଙ୍କୁ ନିଜ ପଞ୍ଚାୟତର ଜିଲ୍ଲାପାଳଙ୍କ ଦାୟିତ୍ବ ପ୍ରଦାନ କରି ପଞ୍ଚାୟତର ଯୋଦ୍ଧା ଭାବେ ମତ ପ୍ରକାଶ କରିଛନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସମସ୍ତ ସରପଞ୍ଚଙ୍କ ମଧ୍ୟରେ ଭିଡ଼ିଓ କନଫରେନସ ମାଧ୍ୟମରେ କରୋନା ମୁକାବିଲା ସମ୍ପର୍କରେ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲା । ଏହି ଭିଡ଼ିଓ କନଫରେନସ ଆଲୋଚନାରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସମେତ ୨୬ ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତ ରହି କରୋନା ମୁକାବିଲା ସ୍ଥିତିକୁ କିଭଳି କାର୍ଯ୍ୟକାରୀ କରିପାରିବେ ସେ ସମ୍ପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନସ ଜରିଆରେ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ କରୋନା ମୁକାବିଲା ଏବଂ ସଚେତନ ପାଇଁ ଶପଥ ପାଠ କରାଇଥିଲେ । ଲକ୍ ଡାଉନ୍ ସମାପ୍ତି ପରେ ରାଜ୍ୟ ବାହାରୁ ଶହଶହ ବ୍ୟକ୍ତି ନିଜ ନିଜର ଗାଁକୁ ନିଶ୍ଚିତ ଫେରିବେ। ସେତବେଳେ କରୋନା ସଂକ୍ରମଣ ହୋବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ବାହାରୁ ଆସୁଥିବା ଲୋକ ମାନଙ୍କୁ ନିଜ ପଞ୍ଚାୟତରେ ପ୍ରବେଶ କରାଇବା ପୂର୍ବରୁ ସରପଞ୍ଚ ମାନେ ସେମାନଙ୍କର ନାମ ପଞ୍ଜିକରଣ କରି କ୍ବାରେଣ୍ଟାଇନରେ ରଖିବା ପାଇଁ ପରାମର୍ଶ ଦେବାସହ ଲକ୍ ଡାଉନ୍ ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତର ସରପଞ୍ଚ ବୃନ୍ଦ ଲୋକଙ୍କପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ କରୋନା ଯୁଦ୍ଧରେ ବିଜୟୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here