ସଂଘରୋଧ କେନ୍ଦ୍ରରେ ଯୋଗ କଲେ ପ୍ରବାସୀ ଓଡ଼ିଆ

0
425

ସୋରଡ଼ା(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସୋରଡା ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ରେ ମୋଟ ୨୨୦୮ ଜଣ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪୦ ଜଣ ପୁରୁଷ , ୯୬ ମହିଳା ଓ ୭ ଜଣ ଶିଶୁ ରହିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଯୁବକମାନେ ପାଟିତୁଣ୍ଡ ଓ ଗଣ୍ଡଗୋଳ ସହ ଖାଦ୍ୟ ଫିଙ୍ଗୁଥିବାବେଳେ ଏହି ବ୍ଲକ ର ବଡବଦାଙ୍ଗୀ କେନ୍ଦ୍ରରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଏଠାରେ ଥିବା ୫୩ ଜଣ ଯୁବକ ସକାଳୁ ସାମାଜିକ ଦୂରତା ରଖି ଯୋଗ, ପ୍ରାଣାୟମ କରୁଛନ୍ତି। ଏହା ସହ ସରକାରୀ ନୀତିନିୟମ କୁ ମାନି ରହିବାକୁ ମଧ୍ୟ ଅନ୍ୟ କେନ୍ଦ୍ରର ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here