ପୋଲିସିକୁ ମାଡ଼ ମାରିବା ଘଟଣା ମୁଖ୍ୟ ଆସାମୀ ଗିରଫ

0
330

ଗଜପତି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗାଁର ହରିଜନ ସାହିରେ ଗତ ୧୪ ତାରିଖ ରାତିରେ ମଦ ମାଫିଆମାନେ ପୋଲିସିକୁ ଅଟକାଇ ମାଡ଼ ମାରିଥିଲେ। ଏଠାରେ ୭ଜଣଙ୍କୁ ମାଡ଼ ହେବା ସହ ଗାଡ଼ି ଭାଙ୍ଗିଥିଲା ଓ ଏଥି ମଧ୍ୟରୁ ୨ଜଣଙ୍କୁ ବହୁତ ମାଡ଼ ହୋଇଥିଲା ।ସେମାନେ ହେଲେ ଚନ୍ଦନ ଦାଶ ଓ ଗମାଙ୍ଗ । ଏଇ ଘଟଣାରେ ପୋଲିସି ୧୩ ଜଣଙ୍କୁ ଗିରଫ କରିଥିଲା । ମୁଖ୍ୟ ଆସାମୀମାନେ ଫେରାର ହୋଇଥିଲେ,କିନ୍ତୁ ସେଥି ମଧ୍ୟ୍ୟରୁ ଅରୁଣ ନାୟକକୁ ଗିରଫ କରାଯାଇଥିଲା । ଅନ୍ୟ ମୁଖ୍ୟ ଆସାମୀମାନଙ୍କୁ ଧରିବା ପାଇଁ ପୋଲିସି ତନା ଘନା ଚଳାଇଥିଲା । ଆଜି ଆର.ଉଦୟଗିରି ଥାନା ଅଞ୍ଚଳରେ ଅଡ଼ବା ପୋଲିସି ଓ ଉଦୟଗିରି ପୋଲିସ ମିଳିତ ଚଢ଼ାଉରେ ବିଜୟ ନାୟକକୁ ଗିରଫ କରାଯାଇଛି । ସେ ଅନ୍ତରବା, ଅନୁଗୁଳ ଆଦି ଅଞ୍ଚଳରେ ବୁଲି ଲୁଚି ରହୁଥିଲା ଏବଂ ଉକ୍ତ ଅଭିଯୁକ୍ତ ବିଭିନ୍ନ ଟାଉଟାରୀ ଧନ୍ଧା ତଥା ପୋଲିସିକୁ ଦୃବ୍ୟବହାରରେ ସାମିଲି ଥିଲେ । ଏତଦ ବ୍ୟତୀତ ମହିଳା ପୋଲିସିଙ୍କୁ ମଧ୍ୟ୍ୟ ଦୃବ୍ୟବହାର କରିଛନ୍ତି ବୋଲି ଆଜି ଏସଡ଼ିପିଓ ଅଶୋକ ମହାନ୍ତି କହିଛନ୍ତି । ଅନ୍ୟ ପକ୍ଷରେ ବିଜୟଙ୍କ ଭାଇ ଏବଂ ପରିବାର ମଧ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି । ଫେରାର ସନ୍ଦିଗ୍ଧ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ପକ୍ଷ୍ୟରୁ ଜଣାପଡ଼ିଛି। ପ୍ରକାଶ ଥାଉକି ଅଭିଯୁକ୍ତ ଜଣକ ନିଜକୁ ବିଧାୟକଙ୍କ ପିଏ କହୁଥିବା ବେଳେ ମଦ ବେପାରରେ କିପରି ସାମିଲି ଥିଲେ । ଯଦି ବିଧାୟକ ଏଥିରେ କୌଣସି ପ୍ରକାରେ ଜଡିତ ଥିବେ ତେବେ ତାଙ୍କୁ ମଧ୍ୟ ତଦନ୍ତ ଅନ୍ତର୍ଭୁକ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here