ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ଗଣମାଧ୍ୟମ ପ୍ରତିନିଧିଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

0
287

ବ୍ରହ୍ମପୁର:ଗତ ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବରେ ଏମ୍.କେ.ସି.ଜି ର ପ୍ରମୁଖ ବିଷୟକୁ ନେଇ ଗଣଧାରଣା ଦେଇ ଆସୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଉପରେ ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡିଶାର ଜନସାଧାରଣ ନିର୍ଭର କରୁଥିଲେ ମଧ୍ୟ ଏଠାରେ ଡାକ୍ତର ଅଭାବ ସାଙ୍ଗକୁ ଟ୍ରମା କେୟାର ସେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା , ବର୍ଣ୍ଣକେୟାର ୟୁନିଟ୍ ଖୋଲାଯିବ ସହିତ ଏମ୍.କେ.ସି.ଜି ର କାଜୁଆଲଟି ରେ ବରିଷ୍ଠ ଚିକିତ୍ସକ ନିଯୁକ୍ତି ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ଭଳି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଗୁରୁବାର ବାଚସ୍ପତିଙ୍କ ସହ ଆଲୋଚନା କରିଥିଲେ । ଏଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆସନ୍ତା କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ୱାସ୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ ବିଭାଗର ସଚିବ ଓ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ବ୍ରହ୍ମପୁରର ସାଂସଦ , ବିଧାୟକ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତିରେ ଏହି ଉଚ୍ଚସ୍ତରୀୟ ବୈଠକ କରାଯିବ । ସେହି ବୈଠକରେ ଏମ୍.କେ.ସି.ଜି ମେଡିକାଲର ବିଭିନ୍ନ ପ୍ରମୁଖ ବିଷୟକୁ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ବାଚସ୍ପତି । ଇତି ମଧ୍ୟରେ ଏମ୍.କେ.ସି.ଜିର ମୁଖ୍ୟ ଫାଟକ ସମୁଖରେ ଚାଲିଥିବା ଧାରଣାସ୍ଥଳକୁ ଆସି ଏମ୍.କେ.ସି.ଜି ର ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର ଏବଂ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଆଲୋଚନା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଡି.ଆଓ ଙ୍କ ସହ ମଧ୍ୟ ଆଲୋଚନା କରିବା ସହ ଦାବୀପତ୍ର ପ୍ରଦାନ କରିଥିଲା । ହେଲେ ଶେଷରେ ଏଭଳି ଆଲୋଚନା ପରେ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ସ୍ଥଗିତ ରଖାଯାଇଥିବା ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବୈଠକ କରି ସ୍ଥିର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here