ବୁଗୁଡା ଏନଏସିରେ ପାଠ୍ୟ ପୁସ୍ତକ ବଣ୍ଟନ

0
516

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବୁଧବାର ଦିନ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଲିମେଣ୍ଟାରୀ ବିଭାଗର ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ବେହେରା ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରିଥିଲେ। ପୁସ୍ତକ ବଣ୍ଟନ ସମୟରେ କରୋନା ମହାମାରୀ ରୋକିବା ପାଇଁ ଅଭିଭାବକ ବୃନ୍ଦଙ୍କୁ ଶିକ୍ଷୟିତ୍ରୀ ଦ୍ବୟ ବୁଝାଇବା ସହ ଜନସଚେତନତା ସୃଷ୍ଟି କରିଥିଲେ।

LEAVE A REPLY

Please enter your comment!
Please enter your name here