ବ୍ରହ୍ମପୁରରୁ MEMU ଟ୍ରେନ ଓ ପାସେଞ୍ଜର ଭଡା ଲାଗୁକର ଦାବିରେ ସିପିଏମର ବିକ୍ଷୋଭ ଏବଂ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର

0
234

ଵ୍ରହ୍ମପୁର: ଆଜି ସିପିଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ପାର୍ଟି ପକ୍ଷରୁ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ MEMU ଟ୍ରେନ ଚଳାଇବା ପାଇଁ ଦାବୀ କରାଯାଇଛି।ପାସିଞ୍ଜେର ଟ୍ରେନ ନଥିବା ଯୋଗୁଁ ସାଧାରଣ ଯାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସେହିପରି ଫାଷ୍ଟ ପାସେଞ୍ଜର ଟ୍ରେନକୁ ଏକ୍ସପ୍ରେସକରି ଚଳାଇବା ଯୋଗୁଁ ଲୋକମାନେ ଅଧିକ ଭଡା ଦେବାକୁ ପଡୁଛି।ଏହା ରେଳ ବିଭାଗର ଯାତ୍ରୀ ଶୋଷଣ ନୀତି ବୋଲି ଅଭିଯୋଗ କରିଛନ୍ତି।ବିଭିନ୍ନ ସ୍ଥାନରେ MEMU ସେବା ଆରମ୍ଭ ହୋଇଥିଲା ବେଳେ ବ୍ରହ୍ମପୁରକୁ ଉପେକ୍ଷା କରାଯାଉଛି।
ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅତିଶୀଘ୍ର memu ସେବା ଓ ପସେଞ୍ଜେର ଭଡା ପ୍ରଚଳନ କରିବା ପାଇଁ ଦାବୀ କରାଯାଇଛି।
ରେଳ ମନ୍ତ୍ରୀଙ୍କ ଉଦ୍ୟେଶରେ ଦୁଇ ଦଫା ସମ୍ବଳିତ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ଜରିଆରେ ପ୍ରଦାନ କରାଯାଇଛି। ଅତିଶୀଘ୍ର ଏହି ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।
ସେହିପରି TPSODL ପକ୍ଷରୁ ବିଦ୍ୟୁତ ଗ୍ରାହଙ୍କ ଠାରୁ DPS ଚାର୍ଜ ନାମରେ ଅନ୍ୟାୟଭାବେ ଆଦାୟ କରୁଥିବା ଟଙ୍କା ଫେରସ୍ତ କରିବା ଓ ପ୍ରତି ମାସରେ printed ବିଲ ଦେବା ସମ୍ପର୍କରେ ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପାର୍ଟି ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ,ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ରଞ୍ଜନ ପାତ୍ର, ହରି ନାହାକ,ଗୋପାଳ ମୋହାନ୍ତି,କିଶୋର ମିଶ୍ର, କେଶବ ଗୌଡ଼ ଓ ଚନ୍ଦନ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here