ଜଗଦଳପୁର ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

0
295

କୁକୁଡାଖଣ୍ଡି:ଅକ୍ଟୋର ୨ ତାରିଖ ଠାରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଦଳର ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଜନ ସମ୍ପର୍କ ପଦଯାତ୍ରା ଚାଲୁରହିଛି ।ଏହି ପଦ ଯାତ୍ରାର ମୂଳ ଉଧେଷ୍ୟ ହେଲା, ଲୋକଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ।କୁକୁଡାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ମଙ୍ଗଳବାର ଦିନ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ପଦ ଯାତ୍ରାରେ ଗ୍ରାମର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ମା’ ଗ୍ରାମ ଦେବତୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଶିବ ମନ୍ଦିର ନିକଟସ୍ଥ ସହିଦ ଏସ୍ ଶ୍ରୀନିବାସ ପାତ୍ରଙ୍କ ଷ୍ଟେଚ୍ୟୁ ନିକଟରେ ପହଞ୍ଚି ତାଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ବିଜେଡି ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ ।କୁକୁଡ଼ାଖଣ୍ଡି ବ୍ଲକ ସଭାପତି ସୀତାରାମ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନ ସମ୍ପର୍କ ପଦ ଯାତ୍ରାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ,ଉପସଭାପତି କୈଳାଶ ବିଷୋୟୀ,ରବୀନ୍ଦ୍ର ମହାରଣା,ଜଗଦଳପୁର ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀ,ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର,ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,ଲାଞ୍ଜିଆ ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର,ପୂର୍ବତନ ସାଂସଦ ପ୍ରତିନିଧି ରଘୁପ୍ରସାଦ ପାତ୍ର,ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ମହାରଣା,ସମିତି ସଭ୍ୟ ପ୍ରତିନିଧି ସୁରେଶ ସେଠି,ବ୍ଲକ ସଭାନେତ୍ରୀ ନମିତା ପାତ୍ର,ବାଘଲଟି ସରପଞ୍ଚ ମାମି ସାସମଲ,ଲାଠି ସରପଞ୍ଚ ରାଧା ମୋହନ ସେଠି,କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠି,ହୁଗୁଳାପଟା ସରପଞ୍ଚ ବି.ବାପେୟା,ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ବେହେରା,ପ୍ରଶାନ୍ତ ସ୍ବାଇଁ,ସଞ୍ଜୟ ସାହୁ,ମିନତୀ ବେହେରା,ମିନତୀ ପାତ୍ର,ଗୌରୀ ଶଙ୍କର ପାତ୍ର,ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ,ସଦାନନ୍ଦ ଗୌଡ଼,କେ.ମଣି ବାବୁ,କେ.ତ୍ରିନାଥ ପାତ୍ର,ଶଙ୍କର ନାୟକଙ୍କ ସମେତ ଛାତ୍ର ନେତା,ଯୁବ ନେତା ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here