କରୋନା ମୁକାବିଲାର ଅନନ୍ୟା ଯୋଦ୍ଧା ଅଗ୍ନିଶମ ବିଭାଗ; ଅଞ୍ଚଳବାସୀ କଲେ ସମ୍ବର୍ଦ୍ଧିତ

0
520

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଅସିତ ପଣ୍ଡା):କରୋନା ମୁକାବିଲା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଉଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲକ ଡାଉନକୁ କଡାକଡି କରିବା ହେଉ କିମ୍ବା ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେବା ଇତ୍ୟାଦି ସବୁ କ୍ଷେତ୍ରରେ ଆଗୁଆ ଗଞ୍ଜାମ । ଏହି ଅବସରରେ ଜିଲ୍ଲା ପ୍ରଶାସନର ପ୍ରତିଟି ବିଭାଗ କରୋନାକୁ ମୁକାବିଲା କରିବା ପାଇଁ ସଜାଗ ରହିଥିବା ବେଳେ ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଅଗ୍ନିଶମ। କରୋନା ଦାଉରୁ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏହି ବିଭାଗ ପକ୍ଷରୁ ସହରର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କୁ ସାନିଟାଇଜ କରାଯାଉଛି। ସତ କହିବାକୁ ଗଲେ କରୋନା ମୁକାବିଲା ପାଇଁ ଏହି ବିଭାଗର ଅଧିକାରୀ ଓ ପ୍ରତ୍ୟକ କର୍ମଚାରୀ ଏହି ଯୁଦ୍ଧର ଯୋଦ୍ଧା ପାଲଟିଛନ୍ତି। ଏଭଳି କ୍ଷେତ୍ରରେ ଆଜି ଆମ୍ବପୁଆ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ ଚାଲିଥିବା ବେଳେ ଆଜି ଅଞ୍ଚଳ ବାସୀଙ୍କ ପକ୍ଷରୁ ଉଭୟ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଚଳବାସୀ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଏହି ବିଭାଗର କାର୍ଯ୍ୟ ନେଇ ବେଶ ପ୍ରଶଂସା କରିଥିଲେ। ଏଥି ସହ ଅଞ୍ଚଳବାସୀ ଏହି କରୋନା ଯୋଦ୍ଧା ମାନଙ୍କୁ ହାତ ଯୋଡି ସମ୍ମାନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here