ସାମ୍ବାଦିକଙ୍କୁ ମାଡ, ଥାନାରେ ମାମଲା

0
1161

ପାତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ପାତ୍ରପୁର ବ୍ଲକ ଧରିତ୍ରୀ ଖବରଦାତା ଉମାଚରଣ ନେପାକଙ୍କୁ ମଙ୍ଗଳବାର ରାତିରେ ମାରାଣାନ୍ତ ଆକ୍ରମଣ ହୋଇଥିବା ନେଇ ଲିଖିତ ଅଭିଯୋଗ ପରେ ଜରଡ଼ା ଥାନା ତରଫରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନିଜ ଗ୍ରାମ ଗୁଣ୍ଡୁରାରେ ମଙ୍ଗଳବାର ରାତିରେ ବସିଥିବା ବେଳେ ତାଙ୍କ ଗ୍ରାମର ହିଁ ଲୋକନାଥ ନେପାକ ଓ କେଦାରନାଥ ନେପାକ ନାମକ ଦୁଇ ଭାଇ ହଠାତ ଆକ୍ରମଣ କରିଥିଲେ ।ମିଳିଥିବା ସୂଚନା ଅନୁଯାଇ ଗ୍ରାମରେ ଗତ 2011 ମସିହା ଠାରୁ ମଦ ବିକ୍ରି ବନ୍ଦ କରାଯାଇଛି l ଗତ ଦୁଇ ଦିନତଳେ ଗ୍ରାମର ଲୋକନାଥ ନେପାକ ଚୋରାରେ ଦେଶୀ ମଦ ବିକ୍ରି ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ି ବେଲ ରେ ଆସି ସମ୍ପକ୍ତ ଯୁବକ ସହ ତାଙ୍କ ଭାଇ ତୁ ଅବକାରୀ ବିଭାଗକୁ କାହିଁକି ଆମେ ମଦ ବିକୁଛି ବୋଲି ସୂଚନା ଦେଲୁ ବୋଲି କହି ମାଡ଼ ମାରିଥିଲେ l ଏହାପରେ ସାମ୍ବାଦିକ ଶ୍ରୀ ନେପାକ ଜରଡ଼ା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ପ୍ରତିବାଦ ଜଣାଇ ଉଭୟ ଚିକିଟି ଓ ପାତ୍ରପୁର ବ୍ଲକର 20 ରୁ ଉର୍ଦ୍ଧ୍ବ ସାମ୍ବାଦିକ ବୁଧବାର ଜରଡ଼ା ଥାନାରେ ପହଞ୍ଚିଥିଲେ । ଆକ୍ରମଣର ଶୀକାର ହୋଇଥିବା ସାମ୍ବାଦିକଙ୍କ ସହିତ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ନୀଳାଞ୍ଚଳ ପଟନାୟକ, ରାଜଗୋପାଳ ପାଢ଼ୀ, ସୁରେନ୍ଦ୍ରନାଥ ପଣ୍ଡା ଓ ଅର୍ଜୁନ ପଣ୍ଡା ପ୍ରମୁଖ ଜରଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ସହ ଆଲୋଚନା କରି ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ଜରଡ଼ା ପୋଲିସ ତରଫରୁ ଏହି ଆକ୍ରମଣ ଘଟଣାକୁ ନେଇ ଏକ କେଶ ନଂ-73/20 ରୁଜୁ ହୋଇଥିବା ବେଳେ ବୁଧବାର ଜରଡ଼ା ପୋଲିସ ଗୁଣ୍ଡୁରା ଗ୍ରାମରେ ପହଂଚି ତଦନ୍ତ କରିଛି ।

LEAVE A REPLY

Please enter your comment!
Please enter your name here