ଆଦିବାସୀ ଅଧ୍ୟୁସିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଙ୍ଗ ଓ ଜାନୀଛକାସିଙ୍ଗ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି ଶୁଦ୍ଧ ପାନୀୟ ଜଳ ।

0
540

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) :ଆଦିବାସୀ ମାନଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେସବୁ ଯେମିତି ସ୍ବପ୍ନ ପାଲଟି ଯାଇଛି ଆଦିବାସୀଙ୍କ ପାଇଁ। ଚାରିଆଡେ କୋରାନାର ଆତଙ୍କ ଦେଖା ଦେଇଥିବା ବେଳେ ଗ୍ରୀଷ୍ମ ପ୍ରବାହରେ ଶୁଦ୍ଧ ପାଣି ଟିକେ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଂ ଓ ଜାନୀଛକାସିଂ ଗ୍ରାମବାସୀ । ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବସୁଧା ଯୋଜନା ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ବ୍ୟୟବରାଦ ହେଉଥିବା ବେଳେ ସତେ ଯେମିତି ଶୁଦ୍ଧ ପାଣିର ସ୍ୱପ୍ନ ହେଇଯାଇଛି ପାହାଡ଼ ଦେଶର ଆଦିବାସୀ ମାନଙ୍କ ପାଇଁ । ପାହାଡ ପାଦ ଦେଶରେ ଥିବା ଏହି ଗାଁ ର ଲୋକ ମାନେ ଗଛ ଉଠିଯାଇଥିବା ପୁରୁଣା କୂଅ ଯେଉଁଥିରୁ ମଇଳା ପାଣି ବାହାରେ ସେହି କୂଅ ଉପରେ ଭରଷା କରନ୍ତି । ଯେଉଁଥିରୁ ଖାଲି ଖରା ଦିନ ନୁହଁ ବର୍ଷା ଦିନେ ମଧ୍ୟ ଶୁଦ୍ଧ ପାଣି ଟିକେ ମିଳି ପାରେ ନାହିଁ । ଜାନୀଛକାସିଂ ରେ ଏଯାବତ ଗୋଟିଏ ନଳକୂପ ନିର୍ମାଣ ହୋଇଛି କିନ୍ତୁ ତାହାବି ଅଚଳ ହୋଇପଡ଼ିଛି । ପାଣି ପାଇଁ ଲୋକ ପାହାଡ଼ରୁ ଝରି ଆସୁଥିବା ଝରଣା ପାଣିକୁ ଅଟକାଇ ପିଉଛନ୍ତି । ଖାଲି ସେତିକି ନୁହଁ ପାଣି ପାଇଁ ଲୋକ ପାହାଡ଼ରୁ ଖାଲ ଢ଼େପ ରାସ୍ତା ଦେଇ ତଳକୁ ଆସି ପାଣି ଭାର ଧରି ପାହାଡ ଉପରକୁ ଉଠୁଛନ୍ତି । ସେପଟେ ଛକାସିଂ ରେ ୪ ଗୋଟି ନଳକୂପ ଥିଲେ ମଧ୍ୟ ସେହି ପାଣି ପିଇବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଗାଁ ଲୋକ । ଏହି ସମସ୍ୟା ବିଷୟରେ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ଏହାର ସମାଧନ ହୋଇପାରିନି । ସରକାରୀ ସହାୟତା ଅପେକ୍ଷାରେ ଛକାସିଂ ଓ ଜାନୀଛକାସିଂ ଗ୍ରାମବସୀ । ଏ ବିଷୟରେ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନାଙ୍କ ସହ ଯୋଗାଯୋଗ କରିବା ପରେ ସେ ଗୋଟିଏ ସପ୍ତାହ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦେଖା ଯାଉ ଏମାଙ୍କ ପାଖରେ କେବେ ପହଞ୍ଚି ପାରୁଛି ସରକାରୀ ସହାୟତା ।

LEAVE A REPLY

Please enter your comment!
Please enter your name here