ଗଞ୍ଜାମ ଓ ଗଜପତି ଉପାନ୍ତ ଅଞ୍ଚଳରୁ ବିପୁଳ ଚୋରାମଦ ଜବତ

0
336

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଦିଗପହଣ୍ଡି ଅବକାରୀ ଓ ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ଏବଂ ପାଟପୁର ,କେ . ନୂଆ ଗାଁ , ମୋହନା ପୋଲିସ ପକ୍ଷରୁ ମିଳିତ ଭାବେ ଗଞ୍ଜାମ – ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଖାରି ଜଙ୍ଗଲର ବିଭିନ୍ନ ସ୍ଥାନରେ ମଦ ମାଫିଆମାନେ ବେଆଇନ ଭାବେ ଦେଶୀ ରନ୍ଧାମଦ ପ୍ରସ୍ତୁତ କରୁଥିବା ସମୟରେ ଅତର୍କିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ୮୦ ଲିଟର ଦେଶୀ ଚୋରା ମଦ ସହ ରନ୍ଧା କାର୍ଯ୍ଯ ନିମନ୍ତେ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି । ଖବରନୁଯାୟୀ , ଦୀର୍ଘ ଦିନ ହେଲା ମଦ ମାଫିଆମାନେ ସୀମାନ୍ତକୁ ଲାଗି ରହିଥିବା ଲଖାରୀ ଜଙ୍ଗଲର ଉପାନ୍ତ ଅଞ୍ଚଳ ରଙ୍ଗୀଆମ୍ବ , ତୁଳସୀ ନଗର , ଜୁଆଣୀପଲ୍ଲୀ , ଶ୍ୟାମସୁନ୍ଦର ପୁର ପଲ୍ଲୀ , ବଡପଦା ଆଦି ଆଦିବାସୀ ଅଞ୍ଚଳ ଗୁଡ଼ିକରେ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳ ମାନଙ୍କୁ ପଠାଉ ଥିବା ଖବରପାଇ ମିଳିତ ଭାବେ ଚଢ଼ାଉ କରିଥିଲେ । ଘଟଣାକ୍ରମେ ମାଫିଆ ମାନେ ଏହା ଜାଣିପାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଶେଷରେ ୧୬ ହଜାର ୮୦୦ କେଜି ଗୁଡ ମହୁଲ ମିଶ୍ରିତ ପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଏନେଇ ଅବକାରୀ ମାମଲା ନଂ – ୫/୨୦-୨୧ ଅନୁଯାୟୀ ମଦକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବିଡ଼ିଓ ହଳଧର ଶବରଙ୍କ ଉପସ୍ଥିତିରେ ଏହି ଚଢାଉ ଧରପଗଡରେ ଦକ୍ଷିଣାଞ୍ଚଳ ଗୁଇନ୍ଦା ବିଭାଗ ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା , ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି , କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ , ପାଟପୁର ଏସ୍ଆଇ ଶ୍ରୀଜିତ କୁମାର ପାଢ଼ୀ , ମୋହନା ଏସ୍ଆଇ ଏଲ୍. ଏମ୍. ସାଗର , ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସହ ସମସ୍ତ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାପରେ ସମସ୍ତ ଅପରାଧୀଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଦିଗପହଣ୍ଡି ଅବକାରୀ ନିରୀକ୍ଷକ ଶ୍ରୀ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here