ଶିକ୍ଷକ ଓ ଶିକ୍ଷୟିତ୍ରୀ ଘର ଘର ବୁଲି ବାଣ୍ଟିଲେ ଛାତ୍ରଛାତ୍ରୀଙ୍କ ମାଗଣା ପାଠ୍ୟ ପୁସ୍ତକ

0
356

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଓ ଏନଏସିର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି ମାଗଣା ପାଠ୍ୟ ପୁସ୍ତକ ଦୁଇ ଦିନ ହେଲା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଲକ ଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବା ଓ ସ୍କୁଲରେ ବାଣ୍ଟିଲେ ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହି ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବ୍ଲକ ଓ ଏନଏସିର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ବିଭିନ୍ନ ଯାନବହାନରେ ମାଗଣା ପାଠ୍ୟ ପୁସ୍ତକ ଗୁଡିକ ନେଇ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଇଥିବା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here