ନିମଖଣ୍ଡି ପେଣ୍ଠ ପଞ୍ଚାୟତରେ ମିଲ ଯୋଜନା ଶୁଭାରମ୍ଭ ରାସନ ସାମଗ୍ରୀ ପ୍ୟାକେଟ ବିଡ଼ିଓଙ୍କ ଦ୍ଵାରା ପ୍ରଦାନ

0
330

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ନେତୃତ୍ବରେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗ୍ରାମରେ ମିଲ ଯୋଜନା ଶୁଭାରମ୍ଭ ରାସନ ସାମଗ୍ରୀ ପ୍ୟାକେଟ ସ୍ଥାନୀୟ ବିଡ଼ିଓ ହଳଧର ଶବର ବଣ୍ଟନ କରିଥିବା ଜଣାପଡିଛି । କରୋନା ମୁକାବିଲା ନେଇ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ରଖି ଜ଼ିଲ୍ଲାରେ ଆଗୁଆ ବିଭିନ୍ନ କାର୍ଯ୍ୟକ୍ରମ ଏବଂ କଟକଣା ଜାରି କରି ଅନ୍ୟ ଜ଼ିଲ୍ଲାର ଉଦାହରଣ ସାଜିଛନ୍ତି l ତେବେ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ଆଉ ଏକ ଅଭିନୟ ପ୍ରୟାସ ମିଲ ଯୋଜନା ଆରମ୍ଭ ହୋଇଛି l କରୋନା ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଲକଡ଼ାଉନ୍ ଗରିବ ଗୁରୁବାଙ୍କ ଜୀବନ ଜୀବିକାକୁ ବେଶ୍ ପ୍ରଭାବିତ କରିଛି । ଅବଶ୍ୟ ଗରିବ ହିତାଧିକାରୀଙ୍କୁ ସରକାରୀ ଖାଦ୍ୟ ଯୋଜନାରେ ଚାଉଳ, ଗହମ ସମେତ କରୋନାର ମୁକାବିଲା ପାଇଁ ଭତ୍ତା ମଧ୍ୟ ପ୍ରଦାନ କରାଯାଇଛି । ହେଲେ ରାସନ କାର୍ଡ ନଥିବା ତଥା ପଞ୍ଜିକରଣ ହୋଇନଥିବା ଏବଂ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅନେକ ଗରିବଙ୍କ ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଯୋଜନାରେ ଯେ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ଯେକୌଣସି ସହୃଦୟ ବ୍ୟକ୍ତି ପ୍ରତି ଗରିବ ପରିବାର ପାଇଁ ୫ କିଲୋ ଚାଉଳ, ଏକ କିଲୋ ଡ଼ାଲି, ଏକ କିଲୋ ଖାଇବା ତେଲ, ଏକ କିଲୋ ଲୁଣ, ଏକ କିଲୋ ସୋଆବିନ୍ ଓ ମସଲା ଦାନ ଆକାରରେ ଦେଇ ପାରିବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ସେଲ୍ ଖୋଲାଯାଇଛି । ସେହି ସେଲକୁ ଯାଇ ଯେ କେହିବି ଏହା ପ୍ରଦାନ କରିପାରିବେ । ଏହି ଅବସରରେ ଆଜି ବ୍ଲକର ପନାଡ ଗ୍ରାମରେ ୧୦ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଆଗକୁ ଏଭଳି କାର୍ଯ୍ୟକ୍ରମ ଦିଗପହଣ୍ଡି ଏନଏସି ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବଣ୍ଟନ କରାଯିବ ବୋଲି ବିିଡିଓ ଶ୍ରୀ ଶବର କହିଛନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମ ସମୟରେ ଏପିଡି ଆରଏଚ୍ ସୌମ୍ୟରଞ୍ଜନ ହୋତା , ବାଣୀ ସୁକାନ୍ତ ପଟ୍ଟନାୟକ , ଜିଲ୍ଲା ପରିମଳ ମିଶନ ମହେଶ୍ୱର ତରାଇ , ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ଅଙ୍ଗନବାଡି ପ୍ରତିମା କୁମାରୀ ପଣ୍ଡା , ସୁନିତା ପଣ୍ଡା ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here