ସାପ କାମୁଡ଼ାରେ ଜଣେ ମୃତ ।

0
867

ବୁଗୁଡା, ୨୪/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଭାମସିଆଳି ଗ୍ରାମରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଭାମଶିଆଳି ଗ୍ରାମର ସନ୍ୟାସୀ ନାହକ (37)ବର୍ଷ ବୋଲି ଜଣାପଡିଛି। ସନ୍ୟାସୀ ନାହକ ଘରେ ଶୋଇଥିବା ସମୟରେ ବିଷଧର ସାପ କାମୁଡିଥିବା ନେଇ ପରିବାର ଲୋକ କହୁଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବୁଗୁଡା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here