RPF ର ପରିବେଶ ସୁରକ୍ଷା ଅଭିଯାନ।

0
564

ବ୍ରହ୍ମପୁର ୨୪/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବୃକ୍ଷ ହିଁ ଜୀବନ।ବୃକ୍ଷ ଯୋଗୁଁ ପରିବେଶ ନିର୍ମଳ ରହେ,ବର୍ଷା ହୁଏ ଓ ଜୀବନ ପାଇଁ ଅତୀ ଆବଶ୍ୟକ ଅମ୍ଳଜାନ ମିଳେ। ତେଣୁ ମାନବ କଲ୍ୟାଣ ପାଇଁ ବୃକ୍ଷ ରୋପଣ ଅତ୍ୟନ୍ତ ଆବଶ୍ୟକ।
ଗତକାଲି ବ୍ରହ୍ମପୁର RPF ଦ୍ବାରା ବ୍ରହ୍ମପୁର ଓ ଛତ୍ରପୁର ରେଳ ଷ୍ଟେସନରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମାନବ ସମାଜକୁ ପରିବେଶ ସୁରକ୍ଷା ପାଇଁ ସତର୍କ କରାଇବା। ଏହି ଅଭିଯାନରେ RPF ଆଇ ଆଇ ସି ଶ୍ରୀ ଦିଲ୍ଲୀପ କୁମାର, ଏସ ଆଇ ଶ୍ରୀ ଚନ୍ଦନ କୁମାର ତିବାରୀ,ଏସ ଆଇ ଶ୍ରୀ ବାଲାଜୀ ପଣ୍ଡା, ଏ ଏସ ଆଇ ଶ୍ରୀ ବି ଆର ରାଓ, ଏ ଏସ ଆଇ ଶ୍ରୀ ପି କେ ଷଡଙ୍ଗୀ, ଏ ଏସ ଆଇ ଶ୍ରୀ ଏସ ସାହୁ, ଶ୍ରୀ ହେଚ ସି ପାଲ ରେଡ୍ଡୀ, କନଷ୍ଟେବଲ ପ୍ରଦୀପ ନାୟକ ସହ ଅନେକ RPF କର୍ମଚାରୀ ଯୋଗଦାନ କରିଥିଲେ।
ବୃକ୍ଷ କେବଳ ମାନବ କଲ୍ୟାଣ ପାଇଁ ନିଜର ସବୁକିଛି ଦିଏ କିନ୍ତୁ ଆମଠାରୁ କିଛି ନିଏ ନାହିଁ।ଏଣୁ ଆମେ ବ୍ରହ୍ମପୁରବାସୀ RPFର ଏହି ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନିଶ୍ଚିତ ଭାବେ ଗୋଟିଏ ଗଛ ଲଗାଇବା ଉଚିତ।

LEAVE A REPLY

Please enter your comment!
Please enter your name here