ଜାତୀୟ ସେବା ଯୋଜନା ପକ୍ଷରୁ ଗୁରୁ ଦିବସ ପାଳନ

0
159

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଦିନ ଗୁରୁ ଦିବସ ପାଳନ ହୋଇଯାଇଛି। ଏନଏସଏସ ୟୁନିଟ- ୧ (ପୁରୁଷ), ୟୁନିଟ- ୨ (ମହିଳା) ଓ ୟୁନିଟ- ୩ ( ମିଳିତ) ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏନଏସଏସ ୟୁନିଟ- ୧, ୨ ଓ ୩ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଓ ଅଧ୍ୟାପକ ବସନ୍ତ କୁମାର ପାଣି ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଗୁରୁ ଦିବସ ଅବସରରେ କଲେରେ ଅନୁଷ୍ଠିତ ସଭାରେ ଏନଏସଏସ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଓ ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ଅନିଲ କୁମାର ଦାଶ, ବିରଞ୍ଚିନାରାୟଣ ରଥ ଓ ବିଶ୍ଵନାଥ ଚୌଧୁରୀ ପ୍ରମୁଖ ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here