ଶେଷରେ କର୍ଣ୍ଣାଟକରେ ସରକାର ଗଢିଲା ଭାଜ଼ପା

0
670

ବେଙ୍ଗାଲୁରୁ :(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) : ଶେଷରେ କର୍ଣ୍ଣାଟକରେ ଭାଜ଼ପା ସରକାର କୁ ମିଳିଛି ବହୁମତ । କର୍ଣ୍ଣାଟକରେ ସରକାର ଗଢିବା ପାଇଁ ମ୍ୟାଜିକ୍‌ ନମ୍ବର ୧୦୩ ଥିବା ବେଳେ ଭାଜ଼ପା ସରକାର ତାକୁ ବାଜିମାତ କରିଛି । ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଆସ୍ଥାଭୋଟ ଜିତିବାରେ ବିଫଳ ହୋଇଛନ୍ତି । ଜେଡିଏସ୍‌-କଂଗ୍ରେସ ମେଣ୍ଟ ମାତ୍ର ୯୯ଟି ଭୋଟ୍ ପାଇଥିବାବେଳେ ଭାଜ଼ପା ୧୦୫ଟି ଭୋଟ୍ ପାଇଛି । ପ୍ରଥମେ ୧୬ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ଆସ୍ଥା ଭୋଟରେ ହାରିବା ଯୋଗୁ ଭାଙ୍ଗିଛି ମେଣ୍ଟ ସରକାର। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବାର ସୂଚନା ମିଳିଛି। ବିଜେପି ସରକାର ବାଜିମାତ କରିବା କଥା କଂଗ୍ରେସ ଏହାକୁ ସହଜରେ ହଜମ କରିପାରୁନାହିଁ ।

LEAVE A REPLY

Please enter your comment!
Please enter your name here