ଚୋରା ମଦ କାରବାର ବିଷାକ୍ତ ମଦ ନୁହେଁତ ?

0
515

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା): ପୋଲିସ ବାହିନୀ ନିଷ୍ଠାର ସହ କାର୍ଯ୍ୟ କରିବା ଯୋଗୁଁ ଲକ ଡାଉନ ସଫଳ ହୋଇପାରି ଗଞ୍ଜାମ ମାଟିକୁ କରୋନା ଭୁତାଣୁ ଆଜିପର୍ଯ୍ୟନ୍ତ ସ୍ପର୍ଶ କରିପାରି ନଥିବା ବେଳେ ଅନ୍ୟ ଏକ ଖାକି ପୋଷାକ ବିଭାଗ ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ଗଞ୍ଜାମ ମାଟିର କୋଣ ଅନୁକୋଣରେ ପହଞ୍ଚାଇ ପାରିଛି। ବିଭିନ୍ନ ସ୍ଥାନରେ ପେଟି ପେଟି ଚୋରା ମଦ ଜବତ କରିଛି ପୋଲିସ ବିଭାଗ, ତେବେ ଅବକାରୀ ବିଭାଗ କରୁଛି କଣ ? ଲକ ଡାଉନ ଯୋଗୁଁ ସମସ୍ତ ମଦ ଦୋକାନକୁ ସରକାର ବନ୍ଦ କରିଛନ୍ତି, ତଥାପି ମଦ ଭାସୁଛି,ତେବେ ଅବକାରୀ ବିଭାଗ କରୁଛି କଣ ? ଯେଉଁ ସବୁ ଚୋରାମଦ ଆସୁଛି ତାହା ବିଷାକ୍ତ ନୁହେଁତ ? ଯେଉଁ ସବୁ ଚୋରା ମଦ ଜବତ ହୋଇଛି,ଅବକାରୀ ବିଭାଗ ତାହାର ମାନ ପରୀକ୍ଷା କରିଛିକି ? ଯଦି ବିଷାକ୍ତ ମଦ ଚୋରାରେ ବିକ୍ରି ହୋଇ ବିଭୀଷିକା ସୃଷ୍ଟି ହୁଏ ସେଥି ପାଇଁ ଦାୟୀ ରହିବ କିଏ ? ମଦ ଦୋକାନ ସିଲ ହୋଇଥିବା ବେଳେ ଏତେ ଗୁଡିଏ ମଦ ପ୍ୟାକେଟ ବଜାରକୁ ଆସିବା ଅବକାରୀ ବିଭାଗର ଜ୍ଞାତସାରରେ ହେଉନାହିଁତ ? ଏହିସବୁ ପ୍ରଶ୍ନର ଉତ୍ତର ଅବକାରୀ ବିଭାଗ ଦେବାର ସମୟ ଆସିଛି। ଅବକାରୀ ବିଭାଗ ନିଷ୍କ୍ରିୟ ରହୁଥିବା ବେଳେ ପୋଲିସ ବିଭାଗ ମଦ ଜବତ କରୁଥିବା ଦୃଷ୍ଟିରୁ ଅବକାରୀ ବିଭାଗ କର୍ମଚାରୀଙ୍କ ଦରମାରୁ କିଛି ଅର୍ଥ କାଟି ପୋଲିସ ବିଭାଗ କର୍ମଚାରୀଙ୍କୁ ସେହି ଅର୍ଥରେ ପୁରସ୍କୃତ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here