ଦଶମ ପରୀକ୍ଷାରେ ସଫଳତା ପାଇଁ ସମ୍ବର୍ଦ୍ଧିତ ହେଲେ ୫ଜଣ ଅନାଥ ପିଲା

0
265

ଗଜପତି:ଦଇବ ସହିଲାନି, ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା। କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ଚିକିତ୍ସା ଅଭାବରୁ ପୁଣି ଆଉ କେତେବେଳେ କୁମାରୀ ମାତୃତ୍ବ ଯୋଗୁଁ ଅନେକ ପିଲା ଅନାଥ ହୋଇଯାଉଛନ୍ତି। କିନ୍ତୁ ଏଭଳି ପିଲାଙ୍କୁ କୋଳେଇ ନେଉଛି ପ୍ରଶାସନ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ବର୍ତ୍ତମାନ ନିକଟରେ ପ୍ରକାଶ ପାଇଥିବା ଓଡିଶା ସରକାରଙ୍କର ଦଶମ ଶ୍ରେଣୀ ପରୀକ୍ଷାରେ ଶତକ। 80 ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତିତିଲି ମହାବାତ୍ୟା ଏବଂ ପରବର୍ଷ ଭୂସ୍ଖଳନରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ସହଯାଗରେ ବିଚାଲିଥିବା ପାଞ୍ଚଜଣ ପିଲାଙ୍କୁ ଜିଲ୍ଲାପାଳ ସେମାନଙ୍କର ସଫଳତା ପାଇଁ ସୋମବାର ସମ୍ମାନିତ କରିଥିଲେ। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ପିଲାମାନଙ୍କୁ ସମ୍ନାନିତ କରାଯାଇଥିବା ବେଳେ ଉତ୍ସାହିତ କରିବା ପାଇଁ ଏବଂ ପିଲାମାନଙ୍କ ସହ ସବୁବେଳେ ପ୍ରଶାସନ ଛିଡା ହାଇଥିବା କଥା ପ୍ରମାଣ କରିବାକୁ ଯାଇ ଅତିଥି ଭବନରେ ପିଲାମାନଙ୍କ ସହ ମଧ୍ୟାହ୍ନ ଭାଜନ କରିଥିଲେ। ଉପରାକ୍ତ 5ଜଣ ଏସ୍.ଉରୁଡା ସ୍ଥିତ ଶିଶୁ ବିବେକାନନ୍ଦ ରେସିଡେନ୍ସିଆଲ ସ୍କୁଲ,ଆର୍.ସୀତାପୁର ସ୍ଥିତ ଶ୍ରୀଜଗନ୍ନାଥ ନିକେତନ,ବି.ସୀତାପୁର ସ୍ଥିତ ପ୍ରାଉ ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି । ଆଗାମୀ ଦିନରେ ଶିଶୁମାନଙ୍କ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯାଗ ଯାଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ପ୍ରଦୀପ କୁମାର ନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବ।ହୀ ଅଧିକାରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତାଷ କୁମାର ରଥ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଅଳକା ସାହୁ , ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅରୁଣା ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦିକା ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରିତା ଭାଇ ପ୍ର ସତ୍ମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
ରିପୋର୍ଟ: ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here