ଟାଉନ ଥାନା ପୋଲିସର କର୍ତ୍ତବ୍ୟପରାୟଣତା

0
330

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବଡ ବଜ଼ାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ରଥ ସାହିର ୭୦ ବର୍ଷ ବୟସ୍କ ବ୍ୟକ୍ତି ଉଦୟ ନାଥ ଗୌଡ଼ ନିଜର ମେଡ଼ିସିନ ଆଣିବା ପାଇଁ ସିଟି ହସ୍ପିଟାଲ ଯାଉଥିଲେ l ଅସହାୟ ବୃଦ୍ଧା ଜଣକ ଚାଲି ନ ପାରି ହାଲିଆ ହୋଇଯାଇଥିଲେ l ଫଳରେ ସେ ଗେଟବଜ଼ାର ଖାଲା ସାହି ରାସ୍ତା କଡରେ ବସି ପଡ଼ିଥିଲେ l ଟାଉନ ଥାନା ପୋଲିସ ପେଟ୍ରୋଲିଙ୍ଗ ସମୟରେ ପୋଲିସ କର୍ମଚାରୀଙ୍କ ନଜର ସେହି ବୃଦ୍ଧାଙ୍କ ଉପରେ ପଡିଥିଲା l ବୃଦ୍ଧାଙ୍କୁ ପଚରା ଉଚରା ପରେ ଟାଉନ ଥାନା ସେକେଣ୍ଡ ଅଫିସର ଜ୍ଞାନ ରଞ୍ଜନ ବେହେରା ଓ ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି କାଳି ଚରଣ ଷଢଙ୍ଗୀ ତାଙ୍କୁ ଥାନା ଗାଡ଼ିରେ ବସାଇ ସିଟି ହସ୍ପିଟାଲରୁ ମେଡ଼ିସେନ ଆଣି ବୃଦ୍ଧାଙ୍କୁ ନିଜ ବାସଭବନରେ ସୁରକ୍ଷିତରେ ଛାଡିଥିଲେ l ଲକ ଡାଉନ ସମୟରେ ଏହା ହେଉଛି ଟାଉନ ଥାନା ପୋଲିସର ମାନବିକତା l ଲକଡାଉନ ସମୟରେ ଏପରି କାର୍ଯ୍ୟକରି ଟାଉନ ଥାନା ପୋଲିସ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବାରେ ଆନ୍ତରିକତା ଦେଖାଇଛନ୍ତି l

LEAVE A REPLY

Please enter your comment!
Please enter your name here