ଗାଡ଼ି ଚାଳକ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କଲା ଖଲ୍ଲିକୋଟ ପୋଲିସ୍

0
366

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଲକଡାଉନ୍ ଯୋଗୁଁ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଥିବା କାରଣରୁ ଭୋକିଲା ଲୋକଙ୍କୁ ଖାଦ୍ୟ ଦେବା ପାଇଁ ସରକାର ନିବେଦନ କରିଛନ୍ତି । ଏହି ପରିପେକ୍ଷିରେ ବାହାରେ ବୁଲୁଥିବା ଅସହାୟ ବ୍ୟକ୍ତି,ରାଜପଥରେ ଆସୁଥିବା ଯାନବାହନର ଚାଳକ, ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ ବିଭିନ୍ନ କାମରେ ଆସିଥିବା ଲୋକ ଓ ଜୀବିକା ହରାଇଥିବା କିନ୍ନର ମାନଙ୍କୁ ରନ୍ଧା ଖାଦ୍ୟ ଖଲ୍ଲିକୋଟ ପୋଲିସ ଓ କିଛି ସ୍ବେଚ୍ଛାସେବୀ ଲୋକ ମାନଙ୍କୁ ବଣ୍ଟନ କରିଥିଲେ । ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ, ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା ଓ ଏସ.ଆଇ. ସିଲୁ ଧଳଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରୀ ରହିବ ବୋଲି ଆୟୋଜକ କହିଛନ୍ତି । ଏହି ପରି ମହତ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here