ବାରମ୍ବାର ସଚେତନତା ସତ୍ତ୍ୱେ ବଢୁଛି ଅମାନିଆଙ୍କ ପ୍ରାଦୁର୍ଭାବ : ଫାଇନ ଠୁକିଲା ବେଗୁନିଆପଡା ପୁଲିସ

0
453

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ପୁଣିଥରେ ଲକ ଡାଉନର ଅବଧି ବଢିବା ସତ୍ତ୍ୱେ ଅମାନିଆଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନାହିଁ l “ମତେ ଯେତେ ମାଠୁଛୁ ମାଠ ମୁଁ ସେଇ ଦରପଡା କାଠ” ନ୍ୟାୟରେ ଏମାନେ ମାଡିଚାଲିଛନ୍ତି l  ଏମାନଙ୍କୁ ସାବାଡ଼ କରିବାକୁ ଯାଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ପୁଲିସ ଦୁଇଦିନ ମଧରେ ପ୍ରାୟ ଷାଠିଏଟି ବାଇକ ଜବତ କରିଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ  ବେହେରା ପ୍ରକାଶ କରିଛନ୍ତି l ଏମାନଙ୍କ ମଧ୍ୟରୁ ଅଧିକାଂଶ ବିନା କାରଣରେ ବୁଲୁଥିବା ବେଳେ କେତେକ ମାସ୍କ ପିନ୍ଧିନଥିବା ଜଣାପଡିଥିଲା l ବୁଧବାର ଦିନ ନଅଜଣ ଚାଳକଙ୍କ ଠାରୁ ଫାଇନ ଆଦାୟ ହୋଇଥିବା ବେଳେ ତିରିଶ ଜଣ ଲିଖିତ ରାଜିନାମାରେ ଯାଇଥିଲେ l ସେହିପରି ଆଜି ପାଞ୍ଚଜଣ ଫାଇନ ଦେଇଥିବା ବେଳେ ପନ୍ଦର ଜଣ ଲିଖିତ ରାଜିନାମାରେ ଯାଇଥିଲେ l ମୋଟ ଆଠ ହଜାର ଟଙ୍କା ଫାଇନରୁ ଆଦାୟ ହୋଇଥିବା ପ୍ରକାଶ l 

LEAVE A REPLY

Please enter your comment!
Please enter your name here