ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ ମଦ ବୋଝେଇ ମାରୁତି ଜେନ୍ ଗାଡି ଜବତ

0
426

ବେଗୁନିଆପଡା : ଆଜି ସନ୍ଧ୍ୟା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ । ଚିଙ୍ଗୁଡିଖୋଲ ପଞ୍ଚାୟତ ର ଉସ୍ତାଳି ଗ୍ରାମ ରାସ୍ତା ରେ ପୋଲିସ ଗାଡି କୁ ଦେଖି ବିପରୀତ ଦିଗରୁ ଆସୁଥିବା ଏକ ମଦ ବୋଝେଇ ମାରୁତି ଜେନ୍ ଗାଡି କୁ ରାସ୍ତା ଉପରେ ଛାଡି ଡ୍ରାଇଭର୍ ଚମ୍ପଟ ମାରିଛି । ଯାହାର ନମ୍ବର ଓ ଆର୍ ୦୨ ବି ଏ ୭୮୨୧ ବୋଲି ଜଣାପଡିଛି । ପୋଲିସ ଗାଡିକୁ ଜବତ କରିବା ସହ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଉକ୍ତ ଗାଡି ଭିତରେ ବିପୁଳ ପରିମାଣର ମଦ ଥିବା ଜଣାପଡିଛି ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here