ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ; ସାମାଜିକ ଦୂରତ୍ୱକୁ ଅବମାନନା

0
459

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ପୁଣି ବଢିଛି କଟକଣା ଅବଧି l କରୋନା ସଂକ୍ରମଣ ବଢିବା ଯୋଗୁଁ ସରକାର ବାଧ୍ୟହୋଇ ଏହି ପଦକ୍ଷେପ ନେଇଛନ୍ତି l କିନ୍ତୁ କିଛି ଲୋକ ଏହାକୁ ଗୁରୁତ୍ୱ ନଦେବା ସାଧାରଣରେ ଚିନ୍ତା ପ୍ରକାଶ ପାଇଛି l କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାରଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଛି l ଗଞ୍ଜାମ ଜିଲ୍ଲା ପାଇଁ ନୁଆଁ ଗାଇଡଲାଇନରେ କିଛି ଅଧିକ କଟକଣା ଯୋଡିହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହା ପ୍ରଭାବଶୂନ୍ୟ ହୋଇପଡିଛି l ସାମାଜିକ ଦୂରତ୍ୱ ବଜାୟ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଗ୍ରାମାଞ୍ଚଳର କିଛି ବ୍ୟାଙ୍କ ସମ୍ମୁଖରେ ଭିଡ ଜମିବା ପରିଲକ୍ଷିତ ହେଉଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ, ବେରୁଆଁବାଡ଼ି ଶାଖା ଏବଂ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ବହୁ ଗ୍ରାହକ ସାମାଜିକ ଦୂରତାକୁ ଜମାରୁ ମାନୁନଥିବା ଦେଖିବାକୁ ମିଳୁଛି l ବ୍ୟାଙ୍କ କତୃପକ୍ଷ ଲୋକଙ୍କୁ ଯେତେ ବୁଝାଇଲେବି ଗ୍ରାହକଙ୍କ ବ୍ୟବହାରରେ କୌଣସି ପରିବର୍ତନ ଦେଖାଯାଉନି l ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ଲକ୍ ଡାଉନ ପର୍ଯ୍ୟନ୍ତ କିଛି ସୁରକ୍ଷା କର୍ମଚାରୀ ମୁତୟନ ରହିବାପାଇଁ ଜନସାଧାରଣରେ ମତ ପ୍ରକାଶ ପାଇଛି l 

LEAVE A REPLY

Please enter your comment!
Please enter your name here