ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

0
415

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗଞ୍ଜାମ ଜିଲ୍ଲାରେ ଏହା ଲାଗୁ ହେବାକୁ ଥିବାବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ‘ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦୟାକରି ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ। ମାସ୍କ ବ୍ୟବହାର ବାଧ୍ୟତାମୂଳକ। ’
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କିଛି ଦିନ ତଳେ ଗଂଜାମ ଜିଲ୍ଲାର ନାଗରିକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ସେ ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ, କରୋନା ମୁକାବିଲା ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସହରାଞ୍ଚଳରେ ମାସ୍କ ନ ପିନ୍ଧି ବୁଲୁଥିବା ଲୋକଙ୍କ ଠାରୁ ୧୦୦୦ ଟଙ୍କା ଓ ଗ୍ରାମାଞ୍ଚଳର ଲୋକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ ଆଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here