ଲକ ଡାଉନ ସତ୍ତ୍ୱେ ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ମଦ ଚାଲାଣ

0
514

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା) : ସାରା ଦେଶ ତଥା ରାଜ୍ୟ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକ ଡାଉନ ଜାରି ରଖିଥିବା ଯୋଗୁଁ ଜରୁରୀ ସାମଗ୍ରୀକୁ ଛାଡି ଅନ୍ୟ ସବୁ ଉପରେ ରୋକ୍ ଲାଗିଛି । କିନ୍ତୁ ବ୍ରହ୍ମପୁରରେ ବୁଧବାର ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ସରକାରୀ ମଦ ଦୋକାନରୁ ମଦ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ଉକ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ଦୋକାନର ଗଳା ବାଟରୁ ସିଲ କାଟି ମଦ ଚାଲାଣ ହେଉଥିବା ଭିଡିଓ ଭାଇରଲ ହୋଇଛି । ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଲକ୍ଡାଉନ୍ ସମୟରେ ସାଧାରଣ ଜନତାଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କିପରି ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା । ତେବେ କେଉଁ ପରିସ୍ଥିତିରେ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ନିୟମ ଉଲ୍ଲଂଘନକାରୀ କାର୍ଯ୍ୟ ହୋଇଛି ତାହାର ତଦନ୍ତ ହେବା ଆବଶ୍ୟକ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ୍ ଉକ୍ତ ମଦ ଦୋକାନଟିକୁ ସିଲ୍ କରିଦିଆଯାଇଛି ଏବଂ ଉକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here