ବିଜେଡି ର ମିଶ୍ରଣ ପର୍ବ ରେ ମିଶିଲେ ବିଜେପିର ବରିଷ୍ଠ ନେତା

0
722

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତି ଯୋଗାଡ଼ କରୁଛି ବିଜେଡି । ଗତ ୧ ମାସ ହେବ ବିଜେଡି ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଆୟୋଜନ ଜାରି ରଖିଥିବା ବେଳେ ଆଜି ଜଣେ ବରିଷ୍ଠ ବିଜେପି ନେତା ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ସଲପା ଗ୍ରାମର ବରିଷ୍ଠ ଜଣାଶୁଣା ଯୁବ ବିଜେପି ନେତା ରତିକାନ୍ତ ପଣ୍ଡା ( ବାବାନୀ ) ଆଜି ବିଜେଡିର ରାଜ୍ୟ ସାଂଗଠନିକ ସାମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ବାସଭବନରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଆରମ୍ଭ କରିଦେଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ସାଂସଦବିଜେଡିରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ମାନେ ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ଜିତେଇବା ଆମର ଲକ୍ଷ୍ୟ ବୋଲି ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷ ପ୍ରଫୁଲ୍ଲ ନାଗ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଯୁବ ବିଜେଡି ନେତା ବାବୁନି ନାୟକ , ଲଛମନ ମାଝା , ଜିତୁ ଦାସ , ପଙ୍କଜ ସାହୁ , ସୁରେନ୍ଦ୍ର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here