ତାମିଲନାଡୁ ରେ ଫସି ରହିଛନ୍ତି ଭଞ୍ଜନଗର ଅଂଚଳର ୮ ଜଣ ଦାଦନ ଶ୍ରମିକ

0
626

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭୁତାଣୁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବାହାର ରାଜ୍ୟ ତାମିଲନାଡୁ କୁ କାମ କରିବାକୁ ଯାଇଥିବା ଭଞ୍ଜନଗର ଅଂଚଳର ୮ ଜଣ ଦାଦନ ଶ୍ରମିକ ସେଠାରେ ଫସିରହିଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଯୋଗୀମାରି, ବଡକୋଦଣ୍ଡା,ଟୋକାଗଣ୍ଡା ଗ୍ରାମର ବୁଲୁ ଗୌଡ଼, ଧୋବା ଗୌଡ଼,ନୀଳ ଗୌଡ଼, ବାବୁ ଗୌଡ଼, ନିଲୁ ଗୌଡ଼,ସନ୍ତୋଷ ଡାକୁଆ, ଭଗବାନ ଗୌଡ଼, ପୂର୍ଣଚନ୍ଦ୍ର ଗୌଡ଼ ଆଦି ୮ଜଣ ଦାଦନ ଶ୍ରମିକ ତାମିଲନାଡୁର ଏରିଆ ରେ ଥିବା କାଳାପାଲିୟମ ଅନ୍ତର୍ଗତ ପାଳଡମ କୁ କାମ କରିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ ପ୍ରାୟ ୭ ମାସ ରହି କାମ କରିସାରିଥିବା ବେଳେ ଦେଶରେ ସରକାର ଙ୍କ ତରଫରୁ ଲକ୍ ଡାଉନ ଘୋଷଣା ହୋଇଯିବା ଦ୍ୱାରା ସମସ୍ତ କାମ ଧନ୍ଦା ବନ୍ଦ ହୋଇଯିବା ସହ ସେମାନେ ନାନାଦି ପ୍ରକାର ସମସ୍ୟା ର ସମୁଖୀନ ହେଉଛନ୍ତି। ଲକ୍ ଡାଉନ ପରେ କାମଧନ୍ଦା ବନ୍ଦ ହୋଇଯିବାରୁ ଠିକା ସଂସ୍ଥା ପକ୍ଷରୁ କିଛି ଦିନ ଖାଇବାକୁ ଦିଆ ଯାଇଥିବା ବେଳେ ଏବେ ଆଉ କିଛି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ଏବେ ଭୋକ ଉପାସରେ ଚଳୁଥିବା ଆମ ନିକଟରେ ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ସେମାନେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ନିଜ ନିଜ ଗ୍ରାମକୁ ଫେରିବାରେ ସହଯୋଗ କରିବାକୁ।

LEAVE A REPLY

Please enter your comment!
Please enter your name here