ତିରିଡ଼ା ଠାରେ ଜଣେ ହୃଦରୋଗୀଙ୍କ ମୃତ୍ୟୁ

0
352

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ତିରିଡା ଗ୍ରାମରେ ଜଣେ ହୃଦରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି l ସୂଚନା ଅନୁଯାୟୀ ଗ୍ରାମର କୃଷ୍ଣ ବେହେରା (53) ଅପରାହ୍ନ ତିନିଟା ସମୟରେ କୌଣସି କାମରେ ତରବରିଆ ଭାବେ ଦାଣ୍ଡରୁ ନିଜ ଘରକୁ ଯିବାବେଳେ ଭାରସାମ୍ୟ ହରାଇ ଘର ଭିତରେ ଥିବା ଏକ ପାଣି ବୋତଲ ଉପରେ ଗୋଡ ପଡିଯିବା ସହ ସେ ତଳେ କଚାଡି ହୋଇ ପଡିବା ସହ ମୁହଁରେ ମାଡ ହେବା ପରେ ହଠାତ ତାଙ୍କ ଶରୀର ନିଶ୍ଚଳ ହୋଇଯାଇଥିଲା l ତାଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡିକାଲ କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ କୃଷ୍ଣ ଜଣେ ହୃଦରୋଗୀ ଥିଲେ ବୋଲି ଜଣାପଡିଛି l

LEAVE A REPLY

Please enter your comment!
Please enter your name here