ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ମିଳିଲା ଜାମିନ

0
651

କଟକ ୨୨/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ୨୦୧୫ମସିହାରୁ ଜେଲରେ ଥିବା କେନ୍ଦ୍ରାପଡ଼ା ବାରି ମୂଳଆଶ୍ରମର ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତାଙ୍କ ବିରୋଧରେ ସମୁଦାୟ ୩ଟି ମାମଲା ଥିଲା। ଏହି ୩ଟି ମାମଲା ମଧ୍ୟରୁ ଇତିମଧ୍ୟରେ ସେ ଦୁଇଟି ମାମଲାରେ ଜାମିନ ପାଇସାରିଥିଲେ। ଏବେ ଶେଷ ମାମଲାରେ ମଧ୍ୟ ଜାମିନ ମିଳିବା ଯୋଗୁଁ ସେ ବାହାରକୁ ବାହାରିବା ରାସ୍ତା ଖୋଲିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।
୨୦୧୫ମସିହା ଅଗଷ୍ଟ ୮ତାରିଖରେ ସନ୍ତୋଷ ରାଉଳଙ୍କୁ ପୋଲିସ ଗିରଫ କରିଥିଲା। ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ମଧ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here