ଟାଉନହାଲ ପାର୍କିଂ ସ୍ଥଳ ରେ ସଂପୂର୍ଣ୍ଣ ରୁପେ ଜଳି ଜାଇଛି ୫ଟି କାର ଓ ଆସିଂକ ଜଳିଛି ୨ଗୋଟି

0
237

ଗଜପତି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ ଅଧିନରେ ଥିବା ଟାଉନହଲ ପରିସରରେ ଥିବା ଗାଡି ପାର୍କିଂ ସେଡରେ ରବିବାର ମଧ୍ୟରାତ୍ରରେ ଆଶ୍ଚର୍ଯ୍ୟ ଜନକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାସ୍ଥଳରେ ୫ଟି କାର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୨ଟି ଗାଡି ଭଙ୍ଗାରୁଜା ହୋଇ ପଡିଥିବା ଦେଖିବାକୁ ମିଳିଛି । ହେଲେ ଏହି ଘଟଣା କୁ ଅନୁଧ୍ୟାନ କଲେ ଏହା କୌଣସି ଦୁର୍ବୃତ୍ତଙ୍କ ଏହି ଜଘଣ୍ୟ କାଣ୍ଡ ବୋଲି ସନ୍ଦେହ କରାଯାଉଛି । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କାର୍ ଲୋଡିଲେ ଏବଂ ତାହାର ତଦନ୍ତ ଜାରି ରହିଥିବାବେଳେ ପୌରପରିଷଦ ଗାଡି ଠିଆ ପାର୍କିଂ ସେଡ୍‌ରେ ବେସରକାରୀ ଗାଡି ରହିଲା କେମିତି ତାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହେଇଛି? ଯାହା କି ରବିବାର ବିଳମ୍ବିତ ରାତିରେ ପାର୍କିଂରେ ରଖାଯାଇଥିବା ୫ଟି କାର୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇ ଥିବା ବେଳେ ଗୋଟିଏ କାର୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେମିତି କାର୍ ଗୁଡିକରେ ନିଆଁ ଲାଗିଲା ତାହା ସର୍ବ ସାଧାରଣ ରେ ଜଣାପଡୁନାହିଁ । କେହି ଦୁର୍ବୃତ୍ତ କାର୍ ଗୁଡିକରେ ଜାଣିଶୁଣି ନିଆଁ ଲଗାଇ ଥାଇପାରେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ଅଜଣା ଦୁର୍ବୃତ୍ତ କାର ଜାଳି ଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ପାରଳାଖେମୁଣ୍ଡି ରାତିରେ ବଜାର ଛକ ନିକଟରେ ଓ କଲେଜ ଛକ ନିକଟରେ,ରାଜଦାଣ୍ଡରେ ଛକ ଛକ ନିକଟରେ ରାତିରେ ପୁଲିସ ମୁତୟନ କରାଯାଇଛି ଏବଂ ପୁଲିସ ପେଟ୍ରୋଲିଂ ଗାଡି ମଧ୍ୟ କାର୍ଯ୍ୟ କରିଥିବା କ୍ଷେତ୍ରର ଏମିତି ଦୁବୃର୍ତ୍ତ ଙ୍କ କାର୍ନାମାକୁ ପୁଲିସ ବିଭାଗ ପକ୍ଷରୁ ଜାଣିବା କଷ୍ଟକର ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ,ଂ

LEAVE A REPLY

Please enter your comment!
Please enter your name here