ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ୨୪ ରେ ଶପଥ ନେବେ ବିଶ୍ୱଭୂଷଣ ହରିଚନ୍ଦନ

0
682

ଭୁବନେଶ୍ୱର ୨୨/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ଅମରାବତୀ ଠାରେ ଆସନ୍ତା ୨୪ ତାରିଖ ବୁଧବାର ଦିନ ୧୧ ଟା ସମୟରେ ନବ ନିଯୁକ୍ତ ରାଜ୍ୟପାଳ ଭାବରେ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିବେ ବୋଲି ଖବର ମିଳିଛି।
ଉକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ସି.ପ୍ରବୀଣ କୁମାର ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବିଜୟୱାଡା ଠାରେ ଥିବା କ୍ୟାମ୍ପ ଅଫିସକୁ ନୂତନ ରାଜ୍ୟର ରାଜଭବନ କରାଯିବ ବୋଲି, ଏହି ଭବନଟିକୁ ପୁନଃନିର୍ମାଣ କରାଯାଉଛି। ଏଠାରେ ତଳ ମହଲାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ପ୍ରଥମ ମହଲାକୁ ରାଜ୍ୟପାଳଙ୍କ ବାସଭବନ ଭାବେ ବ୍ୟବହାର କରାଯିବ। ଶ୍ରୀଯୁକ୍ତ ବିଶ୍ୱଭୂଷଣ ଆସନ୍ତା କାଲି ପ୍ରସିଦ୍ଧ ତିରୂପତି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଯିବା କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here