କନିଆରିବାଡ଼ି ଠାରେ ୧୫୦୦ ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ

0
626

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ସମ୍ପ୍ରତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବେଗୁନିଆପଡା ପୁଲିସ ଚୋରା ମଦ ବେପାରୀଙ୍କ ନିଦ ହଜାଇ ଦେଇଛି l ଲଗାତାର ଭାବେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରୁଥିବାବେଳେ ବର୍ତମାନ ବୁରୁଝରୀ ପଞ୍ଚାୟତ ଅନ୍ତର୍ଗତ କନିଆରିବାଡ଼ିରେ ଦୁଇଜଣ ଏହି ଜାଲରେ ପଡିଛନ୍ତି l ସେମାନେ ହେଲେ ସନ୍ତୋଷ ସାମଲ ଓ ବାବୁ ବିଶ୍ୱାଳ l ଏମାନେ କନିଆରିବାଡ଼ିଠାରେ ପୃଥକ ଭାବେ ଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଫାଣ୍ଡି ପୁଲିସ ଚଢ଼ଉକରି ପ୍ରାୟ ୧୫୦୦ ଲିଟର ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରି 107/20 ଏବଂ 108/20 ରେ ମାମଲା ରୁଜୁ କରିଛି l ପୁଲିସର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଏହିକାର୍ଯ୍ୟରେ ଉତ୍ସାହିତ ହୋଇ ପୁଲିସକୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଚନ୍ଦନପୁର ଗ୍ରାମର ମହିଳା ସଂଘ l ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସକ୍ରିୟ ହୋଇ ଗାଁରେ ବିକ୍ରି କରୁଥିବା ଚୋର ବେପାରିଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ ତାଗିତ କହିବା ସହ ବେଗୁନିଆପଡା ଫାଣ୍ଡିକୁ ଜଣାଇଛନ୍ତି l ମହିଳା ସଙ୍ଘର ଏଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here