ଅସହାୟର ସହାୟ ହୋଇ ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

0
344

ନବରଙ୍ଗପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି । ତେବେ ସହାୟତା ପାଇଁ ହାଡ଼ିବନ୍ଧୁ ସମରଥ ନାମକ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନାଗୁଡ଼ା ପଞ୍ଚାୟତ ନାଗଯୋଡ଼ି ଗ୍ରାମର ହାଡ଼ିବନ୍ଧୁ ସମରଥଙ୍କ ସ୍ତ୍ରୀ ରୁକ୍ମଣୀ ସମରଥ(୪୭)ଦୀର୍ଘବର୍ଷ ଧରି ମାନସିକ ରୋଗରେ ପୀଡ଼ିତ ରହିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ମାସ ତାଙ୍କୁ ଏକ ଇଞ୍ଜେକସନ୍ ନେବାକୁ ପଡ଼େ। ହାଡ଼ିବନ୍ଧୁ ବିଭିନ୍ନ ଔଷଧ ଦୋକାନରେ ଇଞ୍ଜେକସନ୍ ଖୋଜିଥିଲେ ମଧ୍ୟ ପାଇନଥିଲେ । ତେବେ ଶେଷରେ ହାଡ଼ିବନ୍ଧୁ ମୋବାଇଲ ଯୋଗେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିଜର ଅସହାୟତା ଜଣାଇଥିଲେ।

ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଇଞ୍ଜେକସନ୍ ବ୍ୟବସ୍ଥା କରି ଜିଲ୍ଲା ମଙ୍ଗଳାଧିକାରୀଙ୍କ ଦ୍ୱାରା ଗୁରୁବାର ଦିନ ରୁକ୍ମିଣୀଙ୍କ ଘରକୁ ପହଞ୍ଚାଇଥିଲେ । ଏହା ଜାଣିପାରି ହାଡ଼ିବନ୍ଧୁଙ୍କ ପରିବାର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ। ହାଡ଼ିବନ୍ଧୁ ଅତ୍ୟନ୍ତ ଗରିବ ଏବଂ ରୁକ୍ମିଣୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ମଧ୍ୟ ସେ ଭତ୍ତା ପାଉନଥିବା ଜାଣି ସରକାରୀ ନିୟମନୁସାରେ ଜିଲ୍ଲା ପ୍ରଶାସନ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ରୁକ୍ମିଣୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ୫ମାସ ପାଇଁ ୩୫୦୦ଟଙ୍କା ଦେଇଥିଲେ । ପରିବାର ସଦସ୍ୟମାନେ ଜିଲ୍ଲାପାଳଙ୍କ ମାନବିକତା ପାଇଁ ତାଙ୍କ ନିକଟରେ ଚିରଋଣୀ ରହିବା ସହ କୃତଜ୍ଞତା ଜଣାଇ ତାଙ୍କର ଦୀର୍ଘଜୀବନ ଆଶୀର୍ବାଦ ଭୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here