ଚାରି ଶାଳ ଗଣ୍ଡି ସହ ବାଇକ,କୁରାଢ଼ୀ, ହାତ କରତ ଜବତ, ଦୁଇ ଗିରଫ

0
312

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ, ବୁଗୁଡା ବନାଞ୍ଚଳର ମାଣିତରା ସେକ୍ସନର ବୁଡୁରୁଙ୍ଗୁ ସଂରକ୍ଷିତ ଜଙ୍ଗଲରୁ ଏପ୍ରିଲ ୨୧ ତାରିଖ ସନ୍ଧ୍ୟାରେ ୧୨.୪୮ ଘନଫୁଟର ଚାରିଗୋଟି ଶାଳ ଗଣ୍ଡି ସହ ଗୋଟିଏ ବାଇକ, ଦୁଇଟି କୁରାଢ଼ୀ, ଗୋଟିଏ ହାତ କରତ ଜବତ କରିବା ସହ ମଙ୍ଗରାଜପୁର ଗ୍ରାମର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ସନ୍ଧ୍ୟାରେ ମାଣିତରା ବନପାଳ ସରସ୍ୱତୀ ନାୟକ ଅନୁଧ୍ୟାନ କରିବା ପାଇଁ ଯାଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ବୁଡୁରୁଙ୍ଗୁ ସଂରକ୍ଷିତ ଜଙ୍ଗଲରୁ କାଠଗଣ୍ଡି ହାଣିବା ଜାଣିବା ପରେ ସଙ୍ଗେ ସଙ୍ଗେ ବୁଗୁଡା ବନାଞ୍ଚଳ ଅଧିକାରୀ ଓ ମାଣିତରା ବନରକ୍ଷୀଙ୍କୁ ଜଣାଇ ଥିଲେ। ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ମାଣିତରା ବନପାଳ ଶ୍ରୀମତୀ ନାୟକ, ବୁଗୁଡା ବନପାଳ ଅଭିରାମ ଖିଲ, ପଞ୍ଚୁଭୁତି ବନପାଳ ଶୁଭାଙ୍ଗ ରଇତ, ମାଣିତରା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଓ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି କାଠ ଗଣ୍ଡିକୁ ହାତ କରତରେ ସାଇଜ କାଠ କାଟିବାକୁ ସଜବାଜ ହେଉଥିବା ବେଳେ ମଙ୍ଗରାଜପୁର ଗ୍ରାମର ଅକ୍ଷୟ ନାଇକ ଓ ଗୋଲା ନାଇକ ଦୁଇ ଜଣଙ୍କୁ କାବୁକରି ଗିରଫ କରିଥିଲେ। ଏନେଇ ବୁଗୁଡା ବନାଞ୍ଚଳ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଏପ୍ରିଲ ୨୨ ତାରିଖ ପୂର୍ବାହ୍ନରେ ଗିରିଫ ଦୁଇ ବ୍ୟକ୍ତି ଅକ୍ଷୟ ଓ ଗୋଲା କୁ କୋର୍ଟ ଚାଲାଣ କରାଯାଇଛି। ଏହାକୁ ମିଶାଇ ଦୁଇଟି ଘଟଣାରୁ ଜଣାପଡ଼ିଛିଯେ ଚୋରା କାଠ ବେପାରୀ ମାନେ କାଠ ଗଣ୍ଡି ହାଣି ଜଙ୍ଗଲ ମଧ୍ୟରେ ହାତ କରତରେ କାଟି ଦ୍ୱାରବନ୍ଧ ସାଇଜ କରି ବେପାର କରୁଛନ୍ତି। ମାତ୍ର କେତକ ବନ ବିଭାଗ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଚୋରକାଠ ବେପାରୀ ମାନେ ନିରାଶ ହେବା ସହ ଜେଲ ଯିବାକୁ ପଡୁଛି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here