ଅମାନିଆଙ୍କୁ ଫାଇନ ଠୁକିଲା ବେଗୁନିଆପଡା ପୁଲିସ

0
485

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : ଲକ ଡାଉନ ସମୟରେ ସାଧାରଣରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନଦେବା ସରକାରଙ୍କୁ ନିରୁତ୍ସାହିତ କରିଥିବାବେଳେ ଅମାନିଆ ବାଇକ ଚାଳକଙ୍କ ଖାମଖିଆଲି ମନୋଭାବ ପ୍ରଶାସନକୁ ଚିନ୍ତାରେ ପକାଇଛି l ବହୁ ବାଇକ ଚାଳକ ଗଳାବାଟ ଦେଇ ସମସ୍ୟା ସୃଷ୍ଟି କରୁଛନ୍ତି l ଏମାନଙ୍କୁ ଯେତେ ସତର୍କ କଲେବି ପରିସ୍ଥିତିରେ ସୁଧାର ନଆସିବା ଦେଖି ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସେମାନଙ୍କୁ ଲାଇନକୁ ଆଣିବା ପାଇଁ ଫାଇନ ଠୁକିବା ଆରମ୍ଭ କରିଛନ୍ତି l ଗତକାଲି ଅର୍ଥାତ ବୁଧବାର ଦିନ ଚାରୋଟି ବାଇକ ଏବଂ ଗୁରୁବାର ବର୍ତମାନ ସୁଦ୍ଧା ଆଠୋଟି ବାଇକ ଜବତ କରାଯାଇ ଅମାନିଆ ଚାଳକଠୁ ଛଅ ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି l ସୂଚନାଯୋଗ୍ୟ କିଛିଦିନ ତଳେ ବେଗୁନିଆପଡା ପୁଲିସ ପକ୍ଷରୁ 50 ରୁ ଉର୍ଦ୍ଧ ବାଇକ ଜବତ କରାଯାଇ ସେମାନଙ୍କୁ ସତର୍କ କରାଯାଇ ଛଡାଯାଇଥିଲା l

LEAVE A REPLY

Please enter your comment!
Please enter your name here