ମାଣିତରା ସେନାପତି ପୀଠ ଜଙ୍ଗଲରୁ ୧୧ ଖଣ୍ଡ ଶାଳକାଠ ଗଣ୍ଡି ଜବତ

0
264

ବୁଗୁଡା( ନ୍ୟୁଜ ଏକ୍ସଟ୍ରା) ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବୁଗୁଡା ବନପାଳ ଓ ବନରକ୍ଷୀ, ମାଣିତରା ବନପାଳ ଓ ବନରକ୍ଷୀ, ପଞ୍ଚଭୂତି ବନପାଳ ଓ ବନରକ୍ଷୀ, ପାରାଫରେଷ୍ଟର କର୍ମଚାରୀ ବୃନ୍ଦ ଏବଂ ଭଞ୍ଜନଗର ଭ୍ରାମ୍ୟମାନ ବନବିଭାଗ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ମାଣିତରା ସେକ୍ସନ ସେନାପତି ପୀଠ ଜଙ୍ଗଲରୁ ୧୧ ଖଣ୍ଡ ଶାଳ କାଠଗଣ୍ଡି ଜବତ କରାଯାଇଛି। ମାଣିତରା ସେକ୍ସନ ସେନାପତି ପୀଠ ଘନ ଜଙ୍ଗଲ ମଧ୍ୟରେ ଚୋରା କାଠ ବେପାରୀମାନେ ୭ ଖଣ୍ଡ ବଡ ଶାଳଗଣ୍ଡି ଓ ୪ ଖଣ୍ଡ ଛୋଟ ଶାଳଗଣ୍ଡି ହାଣି ଉପର ବକଳ ବାହାର କରି ଦ୍ୱାରବନ୍ଧ ସାଇଜ କାଟୁଥିବା ଜଣାପଡ଼ିଛି। ଚୋରା କାଠ ବେପାରୀ ମାନେ ଘଞ୍ଚ ଜଙ୍ଗଲରେ ଛୋଟ କାଠ ଗଣ୍ଡି ଡେରି ସାଇଜ ପାଇଁ କାଟୁଥିବା ବେଳେ ବନବିଭାଗ କର୍ମଚାରୀ ଆସୁଥିବା ଜାଣିପାରି ସେହିସ୍ଥାନ ଛାଡି ପଳାଇ ଯାଇଥିଲେ। ବନବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ଛୋଟ ଗଣ୍ଡିକୁ କାଟି ଫାଳ କରିଥିବା କାଠ ସହ ସମସ୍ତ କାଠ ଗଣ୍ଡିକୁ ଜବତ କରିଥିବା ଜଣାପଡିଛି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here