ଏପ୍ରିଲ ୩୦ ପର୍ଯ୍ୟନ୍ତ ଓଡିଶାରେ ଲକଡାଉନ

0
319

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ବୃଦ୍ଧି ପାଇଲା । ଏଥି ସହିତ ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ରେଳ ଓ ବିମାନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କିନ୍ତୁ କୃଷିକାର୍ଯ୍ୟ ଓ ମନରେଗା ଚାଲୁ ରହିବ । ଦେଶର ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିର ଲକ୍ଡାଉନ୍ ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଲକ୍ଡାଉନ୍ ସମୟରେ ପୂର୍ବରୁ ଯାହା କଟକଣା ଓ ଦଣ୍ଡବିଧାନ ସ୍ଥିର ହୋଇଥିଲା ତାହା ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଲାଗୁହେବ।

LEAVE A REPLY

Please enter your comment!
Please enter your name here