ପିପୁଲ ଫର ଆନିମଲ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ବୁଲା ଗାଈଗୋରୁଙ୍କୁ ଘାସ ଖାଦ୍ୟ ବଣ୍ଟନ

0
1801

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଦିଗପହଣ୍ଡି ସହରରେ ଅଞ୍ଚଳ କଲୋନୀରେ ବୁଧବାର ଅପରାହ୍ନରେ ପିପୁଲ ଫର ଆନିମଲ (ପିଏଫଏ) ସଂସ୍ଥାର ସ୍ବେତ୍ସାସେବୀ ମାନଙ୍କ ଦ୍ୱାରା ଘାସ ଖାଦ୍ୟ ଖାଇବାକୁ ଦିଆଯାଇଛି। ଲକ ଡାଉନ ଯୋଗୁଁ ବୁଲା ଗାଈ ଗୋରୁ ମାନେ ଖାଦ୍ୟାଭାଵର ଶୀକାର ହୋଇଥିବା ପରିଲକ୍ଷିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପିଏଫଏ ସ୍ବେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀଙ୍କ ଉଦ୍ୟମରେ ଆଜି ବୁଲା ଗାଈ ଗୋରୁ ଷଣ୍ଢ ମାନଙ୍କୁ ଘାସ ଖାଦ୍ୟ ବଣ୍ଟନ କରାଯାଇଛି। ବୁଲା ଗାଈ ଗୋରୁଙ୍କ ଖାଦ୍ୟାଭାବରୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲକ ଡାଉନ ଶେଷ ହେବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପିଏଫଏ ସ୍ବେଚ୍ଛାସେବୀ ଶୁଭମ କୁମାର ସାହୁ, ଶ୍ରୀକାନ୍ତ ସାହୁ, ଅଜୟ ନାୟକ, ତାରାପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ଼, ସାଇଦୀପ ପୂଜାରୀ, ମୁନା ବେହେରା, କାଳୁ ଚରଣ ବେହେରା, ଶଙ୍କର୍ଷଣ ରଥ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here