ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଲକ୍ ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ବ୍ରହ୍ମପୁର ବିଇଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋଡ଼ଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ବିଶୁଦ୍ଧିକରଣ ଆରମ୍ଭ ହୋଇଥିବା ଯୋଜନାରେ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ଆଁକୁଲି ଛକ,ଲାଂଜିପଲି ଛକ,ମର୍ଦ୍ଦରାଜପୁର ଭେଣ୍ଡିଙ୍ଗ ଜୋନ ବାହାର ଅଞ୍ଚଳ,ଗୋଶାଣିନୁଆଗାଁ ମୁଖ୍ୟ ରାସ୍ତା,ବିଜିପୁର ଟେଙ୍କ,ଜଗନ୍ନାଥ ମନ୍ଦିର ଛକ,ନେହୁରୁ ପାର୍କର ବାହାର ଭେଣ୍ଡିଙ୍ଗ ଜୋନକୁ ବିଶୁଦ୍ଧିକରଣ କରାଯାଇଛି । ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଏହି ବିଶୋଧନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ସହକାରୀ ଅଗ୍ନିଶମ ଅଧିକାରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ,୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଛି ।