ମୋହନା ଠାରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ

0
280

ମୋହନା( ନ୍ୟୁଜଏକ୍ସଟ୍ରା) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ କରକମଳରେ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ମୋହନା ସ୍ଥିତ ହିଲ୍ ଟପ୍ ମହାବିଦ୍ୟାଳୟ ଠାରେ “ମୋ କଲେଜ ଅଭିଯାନ” ଲୋକାର୍ପଣ ଉତ୍ସବରେ ମହାବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯୁବପିଢି ଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମନୋଭାବ କୁ ବୃଦ୍ଧି କରିବା ଓ ଦେଶ ଗଠନ ରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇଥିଲେ। ବରିଷ୍ଟ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ, ଅଧକ୍ଷ ଶୁଭ୍ରକାନ୍ତ ମହାନ୍ତି, ଅଧ୍ୟାପକ ଭଗବାନ ବିଷୋୟୀ , ଜଗନ୍ନାଥ ପଣ୍ଡା ଙ୍କ ସମେତ ବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ପୂର୍ବତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

ରିପୋର୍ଟର- ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here