ପଞ୍ଚୁଭୁତି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ଘର ଓ ୩ ଗାଈ ଗୁହାଳ ପୋଡି ନଷ୍ଟ

0
385

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚୁଭୁତି ଗ୍ରାମପଞ୍ଚାୟତର ବ୍ୟାଘ୍ରଦେବୀ ସାହିରେ ଅଳିଆ ପୋଡୁ ଥିବାବେଳେ ହଠାତ ନିଆଁ ଉଡିକରି ଆସି ଘର ଏବଂ ଗୁହାଳ ରେ ପଡିଯିବାରୁ ଉଭୟ ଗୁହାଳ ଓ ଘର ଜଳି ଯାଇଛି। ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ କୋଣସି ମତେ ନିକଟସ୍ଥ ଅଗ୍ନିଶମ ବିଭାଗ ଖବର ଦିଆ ଯିବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମର ଉଦୟ ପ୍ରଧାନ ଙ୍କ ୨ବଖରାଘର, ଗୁହାଳ, ଦେବରାଜ ନାୟକ ଘର, ଗୁହାଳ, ବ୍ରହ୍ମଚାରି ନାୟକ ଘର, ଗୁହାଳ ନଷ୍ଟ ହୋଇଛି ଏବଂ ଧନସମ୍ପତି, ଧାନ ଚାଉଳ, ଲୁଗାପଟା, ଟଙ୍କା ପଇସା ସବୁ ପୋଡି ନଷ୍ଟ ହୋଇଛି । ଅପରପକ୍ଷରେ ଗ୍ରାମବାସୀ ମାନେ ଦାବି କରିଛନ୍ତି ଯେ ତୁରନ୍ତ କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀସହାୟତା ପ୍ରଦାନ କରାଯାଉ

LEAVE A REPLY

Please enter your comment!
Please enter your name here