ବେରୁଆଁବାଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ମୋ ଗାଁ ରେ ତହସିଲ’ ଶିବିର ଅନୁଷ୍ଠିତ

0
329

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ‘ମୋ ଗାଁରେ ତହସିଲ’ ଶିବିର ଅନୁଷ୍ଠିତ ହୋଇଯାଇଛି l  ରାଜ୍ୟର ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ଯୋଗାଇବା ହେଉଛି ଏହାର ମୁଖ୍ୟ ଉଦେଶ୍ୟ l ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ  ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ 5 T ଉପରେ ଗୁରୁତ୍ୱ ଦିଆଯାଇଛି l ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମ ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଏଥିଯୋଗୁଁ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ପ୍ରକାଶ କରିଛନ୍ତି l l ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ କୋଦଳା ତହସିଲଦାର ଅବନୀ କାନ୍ତ ସାହୁ, ଆର ଆଇ, ଅମିନ ଆଦି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ସମସ୍ୟାର ସମାଧାନ କରାଯାଇଥିଲା l 

LEAVE A REPLY

Please enter your comment!
Please enter your name here