ବ୍ରହ୍ମପୁରରେରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
220

ଵ୍ରହ୍ମପୁର: ବ୍ରହ୍ମପୁର ଅଯୋଧ୍ୟା ନଗର ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରକୁ ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛି, ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଗଚ୍ଛିତ ରହିଛି । ସେହିପରି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ମାନଙ୍କରେ ଯୁବପୀଢୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଛନ୍ତି ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ । ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଆଜିର ଏହି ରକ୍ତଦାନ ଶିବିରରରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଲେଇ, ବିଜେଡି ନେତା ଜଗନ୍ନାଥ ସାବତ, ମହାନଗର ଯୁବ ସଭାପତି ଅଜିତ ପଣ୍ଡା, ମହାନଗର ଛାତ୍ର ସଭାପତି ସୋଭନ ନାୟକ, କୋଷାଧକ୍ଷ ରବିନ୍ଦ୍ର ସାହୁ, ଅନିଲ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସେହିପରି ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ, ମଦନ ଦଲାଇ, ରଜନିଶ ମିଶ୍ର, ନିଖିଲ ଚୌଧୁରୀ, ସତ୍ୟବ୍ରତ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here