ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ଚତୁର୍ଦ୍ଦଶ ବାର୍ଷିକୀ ଖେଳକୁଦ ସମାରୋହ ଉଦଘାଟିତ

0
407

ବ୍ରହ୍ମପୁର:ସ୍ଥାନୀୟ ଲାଞ୍ଜିପଲ୍ଲି ଜାତୀୟ ରାଜପଥ ସ୍ଥିତ *ଅକ୍ସଫୋର୍ଡ୍ ପବ୍ଲିକ ସ୍କୁଲ* ର *ଚତୁର୍ଦ୍ଦଶ ବାର୍ଷିକ ଖେଳକୁଦ ସମାରୋହ* ମହା ଆଡମ୍ବର ରେ ଉଦ୍ଘାଟିତ ହୋଇ ଯାଇଛି । ଆୟୋଜିତ ଉଦ୍ଘଟିନି ଉତ୍ସବ ରେ ସଞ୍ଜୟ ସ୍ମାରକୀ ବୈଷୟିକ ଅନୁଷ୍ଠାନ ର ସଭାପତି ଡ଼.ଭଗବାନ ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଶିକ୍ଷା ରେ ଖେଳକୁଦ ର ଆବଶ୍ୟକତା ସମ୍ପର୍କେ ବକ୍ତବ୍ୟ ଦେଇ ଖେଳକୁଦ ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଅନ୍ୟ ସମ୍ମାନିତ ଅତିଥି ଭାବେ ଡ ସୋନାଲି ଗନ୍ତାୟତ (କର୍ପୋରେଟର) ସ୍ୱର୍ଣାଲତା ସାବତ (କର୍ପୋରେଟର) ବନିତା ସାହୁ (କର୍ପୋରେଟର) ଅରୁଣ ଦାଶ୍ (ସମାଜ ସେବୀ) ଦୁର୍ଗା ମାଧବ ସାବତ (ସମାଜ ସେବୀ ) ଯୋଗ ଦେଇ ଖେଳକୁଦ ର ଆବଶ୍ୟକତା ଉପରେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରି ଥିଲେ ।ସଭା ଆରମ୍ଭ ରେ ଆନୁଷ୍ଠାନ ର ନିର୍ଦେଶକ ଇ. ଅଶୋକ କୁମାର ପାଳ ଅତିଥି ପରିଚୟ ପ୍ରଦାନ ପୂର୍ବକ ଖେଳକୁଦ ସମାରୋହ ର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି ଖେଳକୁଦ ସମାରୋହ ଆଗାମୀ ପାଞ୍ଚ ଦିନ ଧରି ଚାଲିବ,ଏଥିରେ ବିଭିନ୍ନ ଦୌଡ,ଡିଆଁ, ଫୋପଡ଼ା ଖେଳ ସହ ଶିଶୁ ଆବଶ୍ୟକୀୟ ଖେଳ ଅନୁଷ୍ଠିତ ହେବ ।ଏଥିରେ ପ୍ରାଥମିକ ସ୍ତର ର ୫୪୩ ଶିଶୁ ଭାଗ ନେଇଛନ୍ତି ।
ଏହି ଖେଳକୁଦ ସମାରୋହ କୁ ଅନୁଷ୍ଠାନ ର ଖେଳ ଶିକ୍ଷକ ପ୍ରଶାନ୍ତ ମାଥନ୍ ଙ୍କ ତତ୍ତ୍ଵାବଧାନରେ ରବି ସାହୁକାର,ରମାକାନ୍ତ ରଥ,ସରୋଜ ଆଚାର୍ଯ୍ୟ ,ରଶ୍ମି ରଂଜନ ସାହୁ ଓ ସାଗରିକା ବରା ଡ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here